‘ଅବିଚଳ ବିମଳ’ ଉନ୍ମୋଚିତ

ଭୁବନେଶ୍ବର: ପୂର୍ବତନ ପ୍ରଶାସକ ସ୍ବର୍ଗତ ବିମଳ କିଶୋର ମିଶ୍ରଙ୍କ ୨୫ତମ ପୁଣ୍ୟତିଥି ଅବସରରେ ତାଙ୍କ ଜୀବନୀ ପୁସ୍ତକ ‘ଅବିଚଳ ବିମଳ’ ଆଜି ଉନ୍ମୋଚିତ ହୋଇଯାଇଛି। ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ନିର୍ବାଚନ କମିସନର୍‌ ଆଦିତ୍ୟ ପ୍ରସାଦ ପାଢ଼ୀ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଓ ପଦ୍ମଭୂଷଣ ରମାକାନ୍ତ ରଥ ଯୋଗ ଦେଇଥିଲେ। ସ୍ବର୍ଗତ ମିଶ୍ରଙ୍କ ଜ୍ୟେଷ୍ଠ ପୁତ୍ର ଉମାକାନ୍ତ ମିଶ୍ର ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ପୁସ୍ତକଟିକୁ ରଚନା କରିଛନ୍ତି ସ୍ବର୍ଗତ ମିଶ୍ରଙ୍କ କନିଷ୍ଠ ପୁତ୍ର ତଥା ରାଜ୍ୟ ଆଇନ ବିଭାଗର ପ୍ରମୁଖ ଶାସନ ସଚିବ ଶଶିକାନ୍ତ ମିଶ୍ର। ସାହିତ୍ୟିକ ଅଧ୍ୟାପକ ବିଶ୍ବରଞ୍ଜନ ପୁସ୍ତକର ସମୀକ୍ଷା କରିଥିଲେ। ବିଜୟାନନ୍ଦ ସିଂହ ଉତ୍ସବରେ ସଭାପତିତ୍ବ କରିଥିଲେ। ସୁକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲା ବେଳେ ମଳୟ ରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ଢେଙ୍କାନାଳସ୍ଥିତ ବ୍ରଜନାଥ ବଡ଼ଜେନା ହାଇସ୍କୁଲ୍‌ରୁ ମାଟ୍ରିକ୍ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରୀ ବିଷ୍ଣୁପ୍ରିୟା ପଣ୍ଡାଙ୍କୁ ‘ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ରୀ’ ସମ୍ମାନ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର