ଦିବ୍ୟାଙ୍ଗଙ୍କୁ ୬ ମାସର ରାସନ ସାମଗ୍ରୀ ଦେଲା ସମାଜସେବୀ ସଂସ୍ଥା

ଭୁବନେଶ୍ବର: ଆଜି ଭୁବନେଶ୍ୱର ସ୍ଥିତ କଳିଙ୍ଗଷ୍ଟୁଡିଓ, ଭରତପୁରରେ ଥିବା ପାଉଁରୁଟି ଫ୍ୟାକଟେରି ପାଖରେ ଥିବା ୧୫ ରୁ ୨୦ ଜଣ ଦିବ୍ୟାଙ୍ଗ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର କାର୍ଯ୍ୟଳୟକୁ ଆସି ତାଙ୍କର ଦୁଃଖ କଥା ଜଣାଇଥିଲେ। ସେମାନ ମଧ୍ୟ ଗୀତ ଗାଇ ଯାହା ରୋଜଗାର କରନ୍ତି ତାହା ନିଜର ପ୍ରତିପୋଷଣ କରନ୍ତି। ଏହି କଥା ଶୁଣିବା ମାତ୍ରେ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁ ତାଙ୍କ ନିକଟରେ ପହଂଚି ତାଙ୍କୁ ଛଅ ମାସର ରାସନ ସାମଗ୍ରୀ ଦେବା ସହ କିଛି ଅର୍ଥରାଶି ପ୍ରଦାନ କରିଥିଲେ ଏବଂ ଆଗକୁ କିଭଳି ଭାବେ ସେ ନିଜର ପ୍ରତିପୋଷଣ କରିବେ କେମିତି ଚଳିବେ ତାହା ଆଲୋଚନା କରିଥିଲେ। କିଭଳି ଭାବେ ଅଧିକରୁ ଅଧିକ ତାଙ୍କୁ ସାହାଯ୍ୟ ମିଳିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି ଟ୍ରଷ୍ଟର ସମ୍ପାଦକ ଆଲୋଚନା କରିଥିଲେ ଏବଂ ଯଦି କୌଣସି ସ୍ବେଛାସେବୀ ଅନୁଷ୍ଠାନ କିମ୍ଭା ସହୃୟ ବ୍ୟକ୍ତି ଏହି ଦିବ୍ୟାଙ୍ଗମାନଙ୍କୁ ସହଯୋଗର ହାତ ବଢାଇବାକୁ ଅନୁରୋଧ।

ସମ୍ବନ୍ଧିତ ଖବର