ମହିଳାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ତ୍ରିଶୁଳିଆ : ଜଣେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାରଙ୍ଗ ଥାନା ପୁଲିସ କାନ୍ଦୁରା ପୂର୍ତ୍ତି ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ପୁଲିସ୍‌ ସୂଚନାନୁଯାୟୀ, କାନ୍ଦୁରା ନିଜ ଗ୍ରାମର ଜଣେ ମହିଳାଙ୍କୁ ୩ ଦିନ ତଳେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ମହିଳାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ କାନ୍ଦୁରା ତାଙ୍କୁ ଚନ୍ଦକା ଅଞ୍ଚଳର ବଟପଟିଆରେ ଥିବା ଜଣେ ଡାକ୍ତରଙ୍କ ପାଖରୁ ଔଷଧ ଆଣିବାକୁ ପରାମର୍ଶ ଦେଇଥିଲା। ମହିଳାଜଣକ ତା’ କଥାରେ ବିଶ୍ବାସ କରି ଗତ ଗୁରୁବାର ସକାଳ ୬ଟାରେ ତାଙ୍କ ସ୍ବାମୀଙ୍କ ସହ ବଟପଟିଆକୁ ଯାଉଥିଲେ। କାନ୍ଦୁରା ମଧ୍ୟ ତାଙ୍କ ସହ ଯାଇଥିଲା। ସେଠାରୁ ଫେରିବା ବେଳେ ମହିଳାଙ୍କ ସ୍ବାମୀଙ୍କ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ ସେ ଆଉ ଚାଲି ପାରିନଥିଲେ। ତେଣୁ ମହିଳାଜଣଙ୍କ ନିଜ ପୁତୁରାକୁ ଡକାଇ ତା’ ବାଇକ୍‌ରେ ସ୍ବାମୀଙ୍କୁ ଘରକୁ ପଠାଇ ଦେଇଥିଲେ। ପରେ ନିର୍ଜନତାର ସୁଯୋଗ ନେଇ କାନ୍ଦୁରା ମହିଳାଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ କାହାରିକୁ କହିଲେ, ଜୀବନରୁ ମାରିଦେବାକୁ ଧମକ ଦେଇଥିଲା।

ତେବେ ମହିଳା ଜଣକ ଘରକୁ ଫେରିବା ପରେ ଗାଁ ମୁରବୀଙ୍କୁ ଏ ସଂପର୍କରେ ଅଭିଯୋଗ କରିଥିଲେ। ଆଉ ମୁରବୀଙ୍କ ପରାମର୍ଶକ୍ରମେ ବାରଙ୍ଗ ଥାନାରେ ଏ ନେଇ ଏକ ଅଭିଯୋଗ ହୋଇଥିଲା। ଥାନା ଅଧିକାରୀ ଶଶିକାନ୍ତ ରାଉତଙ୍କ ନିର୍ଦ୍ଦେଶକ୍ରମେ ଗୋଡ଼ିସାହି ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ କାନ୍ଦୁରାକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର