ଉଚ୍ଚଶିକ୍ଷା ଫି’ ବୃଦ୍ଧି ବିରୋଧରେ ଗର୍ଜିଲା ଏବିଭିପି: ପୁଲିସ ସହ ଧସ୍ତାଧସ୍ତି, ୫୦ରୁ ଅଧିକ ଗିରଫ

ଭୁବନେଶ୍ବର: ମହାମାରୀ କରୋନା ସଂକଟ ସମୟରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନାମଲେଖା, ପରୀକ୍ଷା ଆଦି ଫି’ ବୃଦ୍ଧି କରିବାକୁ ବିରୋଧ କରି ଆଜି ଲୋୟର୍‌ ପିଏମ୍‌ଜିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଗର୍ଜିଛି। ଫି’ ବୃଦ୍ଧି ପ୍ରତ୍ୟାହାର ଦାବି କରି ଜୋର୍‌ଦାର୍‌ ବିକ୍ଷୋଭ ପ୍ରଦର୍ଶନ କରିବା ଅବସରରେ ପୁଲିସ ସହ ଧସ୍ତାଧସ୍ତି ହୋଇଛି। ବିଧାନ ସଭା ଘେରାଉ କରିବା ପାଇଁ ଜିଦ୍‌ କରିବା ବେଳେ ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଠେଲାପେଲା ହୋଇଥିଲା। ତେଣୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ପୁଲିସ ବିକ୍ଷୋଭସ୍ଥଳରୁ ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗିରଫ କରିଥିଲା। ପରେ ଏକ ପ୍ରତିନିଧି ଦଳ ବିଭାଗୀୟ ସଚିବଙ୍କୁ ଦାବିପତ୍ର ଦେଇଥିଲେ ଓ ଗିରଫ ଛାତ୍ରଛାତ୍ରୀମାନଙ୍କୁ ଛାଡ଼ି ଦିଆଯାଇଥିଲା। ବିକ୍ଷୋଭରେ ଏବିଭିପି ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ବିକାଶ ନାୟକ, କବିତା କଅଁର, ସଂଜୟ ମଲ୍ଲିକ, ଶକ୍ତିକାନ୍ତ ମିଶ୍ର, ସୁଧାଂଶୁ ସାହୁ ଓ ଦେବାଶିଷ ଶତପଥୀ ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର