ମାଓବାଦୀଙ୍କୁ ଆତଙ୍କବାଦୀ ଘୋଷଣା କରିବାକୁ ଦାବି କଲା ଏବିଭିପି

ଭୁବନେଶ୍ବର: ଛତିଶଗଡ଼କୁ ଖବର ସଂଗ୍ରହ କରିବାକୁ ଯାଇଥିବା ଦୂରଦର୍ଶନ ପ୍ରତିନିଧି ଦଳ ଉପରେ ମାଓବାଦୀମାନେ ଆକ୍ରମଣ କରିଥିଲେ। ସେହି ଆକ୍ରମଣରେ ଦୂରଦର୍ଶନରେ କାର୍ଯ୍ୟରତ ଜଣେ ଓଡ଼ିଆ କ୍ୟାମେରାମ୍ୟାନ୍‌ ଅଚ୍ୟୁତାନନ୍ଦ ସାହୁ ମୃତ୍ୟୁବରଣ କରିଥିଲେ।‌ ମାଓବାଦୀଙ୍କ ଏହି ଆକ୍ରମଣକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଭୁବନେଶ୍ବର ଶାଖା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା। ଆଜି ଏବିଭିପି କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ମୁହଁରେ କଳାପତକା ବାନ୍ଧି ବିରୋଧ ପ୍ରଦର୍ଶନ କରିବା ସହିତ ଏମିତି ଘଟଣା ପାଇଁ ମାଓବାଦୀଙ୍କୁ ନିନ୍ଦା କରିଛନ୍ତି। ମାଓବାଦୀଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରିବାକୁ ଏବିଭିପି ପକ୍ଷରୁ ଦାବି କରାଯାଇଛି। କାର୍ଯ୍ୟକ୍ରମରେ ଆଲୋକ ନାୟକ, ପ୍ରଦ୍ୟୁମ୍ନ ନାୟକ, ପ୍ରୀତମ ଦାଶ, ସୋମ ଦେ ଓ ପ୍ରଭାତ ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର