ନାଗରିକତା ସଂଶୋଧନ ଆଇନ୍‌ ସିଏଏକୁ ଏବିଭିପିର ସମର୍ଥନ

ଭୁବନେଶ୍ବର: ନାଗରିକତା ସଂଶୋଧନ ଆଇନ୍‌କୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ଦୃଢ଼ ସମର୍ଥନ ଜଣାଇଛି। ଆଜି ଏବିଭିପିର ବହୁ ଛାତ୍ରଛାତ୍ରୀ ଉତ୍କଳ ବିଶ୍ବବିଦ୍ୟାଳୟ ସମ୍ମୁଖରେ ଏକତ୍ର ହୋଇ ଆଇନ୍‌ ବିଷୟରେ ଲୋକଙ୍କୁ ସଚେତନ କରାଇବା ସହ ସଚେତନତା ବାର୍ତ୍ତା ବାଣ୍ଟିଥିଲେ। ଏହି ଆଇନ୍‌ ଏକ ନୂଆ ଆଶା ଆଣି ଦେଇଛି ଓ ଇତିହାସରେ ହୋଇଥିବା ଭୁଲକୁ ଠିକ୍‌ କରାଯାଇଛି ବୋଲି ଏବିଭିପି ପକ୍ଷରୁ କୁହାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଏବିଭିପି ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର, ମହାନଗର ସମ୍ପାଦକ ସମ୍ବିତ ପ୍ରସାଦ ରାଉତ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ମଲ୍ଲିକ, ଉପ ସଭାପତି ଦୀପକ ବେହେରା, ପ୍ରୀତମ ଦାସ, ସ୍ବୟଂଜିତ ପଟ୍ଟନାୟକ, ସୁଧାଂଶୁ ସାହୁ, ରାଜେଶ ପରିଡ଼ା,ଭାବରଂଜନ ପରିଡ଼ା, ଗୋପବନ୍ଧୁ ଜେନା, ସୋମୁ ଦେ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର