ଭୁବନେଶ୍ବର: ଆଚାର୍ଯ୍ୟ ବିହାରସ୍ଥିତ Acadege NEET JEE Instituteର କୃତି ଛାତ୍ର ବିଭୂତି ଭୂଷଣ ନନ୍ଦୀ ଜାତୀୟସ୍ତରରେ ICAR 2022 ପ୍ରବେଶିକା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୨ୟ ସ୍ଥାନ ଅଧିକାର କରି Acadegeର ପ୍ରବେଶିକା ପରୀକ୍ଷା ପ୍ରସ୍ତୁତିର ଗୁଣବତ୍ତାକୁ ପ୍ରତିଫଳିତ କରିଛନ୍ତି । ବିଭୂତି ଭୂଷଣଙ୍କ ଅନୁସାରେ Acadegeର ପାଠପଢା ଶୈଳୀ ତତ୍ ସହିତ ଏହାର ଆନୁସାଙ୍ଗିକ ଉପାଦାନ ବେଶ୍ ଉଚ୍ଚକୋଟୀର। ଏହାର ଆତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ତଥା ଶିକ୍ଷକ ଏବଂ କର୍ମକର୍ତ୍ତାମାନଙ୍କର ମନୋବୃତ୍ତି ହିଁ ସଫଳତାର ଚାବିକାଠି।

Advertisment

ତାଙ୍କ ମତରେ Acadegeର ପାଠ୍ୟ ପୁସ୍ତକ ପ୍ରବେଶିକା ପରୀକ୍ଷା ନିମନ୍ତେ ଆବଶ୍ୟକ। Acadegeର ନିର୍ଦ୍ଦେଶକ ବିନୋଦ ବିଶ୍ୱରଞ୍ଜନ ରାଉତ ବିଭୂତି ଭୂଷଣ ନନ୍ଦୀଙ୍କୁ ତାଙ୍କ ସଫଳତା ନିମନ୍ତେ ଉଚ୍ଚ ପ୍ରଶଂସା କରିଛନ୍ତି। ତାଙ୍କ ମତରେ ଛାତଛାତ୍ରୀମାନେ ଯେପରି ସୁଲଭ ମୂଲ୍ୟରେ ଉଚ୍ଚକୋଟୀର ପ୍ରବେଶିକା ପରୀକ୍ଷା ନିମନ୍ତେ ପ୍ରସ୍ତୁତ କରି ସଫଳତା ପାଇପାରିବେ ଏହା ହିଁ ତାଙ୍କର ସ୍ଵପ୍ନ। ଏଠାକାର ଶିକ୍ଷା ନିର୍ଦ୍ଦେଶକ ଦେବବ୍ରତ ମିଶ୍ର ଏବଂ ଅନ୍ୟ ସମସ୍ତ ଶିକ୍ଷକ ଏବଂ କର୍ମକର୍ତ୍ତା ICAR ସଫଳତା ପାଇଁ ଆନନ୍ଦ ବ୍ୟକ୍ତ କରିଛନ୍ତି।