ଭୁବନେଶ୍ୱର: ଆମର ବାପା, ଜେଜେବାପା ଯେଉଁ ଡିଜିଟାଲ ଭାରତ କଥା ଚିନ୍ତା କରିପାରୁ ନଥିଲେ, ବର୍ତ୍ତମାନର ଯୁବପିଢ଼ି ଏହାର ବହୁତ ଊର୍ଦ୍ଧ୍ୱରେ। ଆମ ପୂର୍ବ ପୁରୁଷମାନେ ୬୫ ବର୍ଷ ବଞ୍ଚିବା କଥା ଭାବି ନ ଥିବା ବେଳେ ବର୍ତ୍ତମାନ ପିଲା ତା’ଠାରୁ ଅଧିକ ଦିନ ବଞ୍ଚିବା କଥା ଚିନ୍ତା କରୁଛନ୍ତି। କାରଣ ଏହି ପିଲାମାନେ ତାଙ୍କ ଜୀବନରେ ଏତେ ଅନୁଭବ ସାଉଣ୍ଟିଛନ୍ତି, ତାହା ଆମ ପୂର୍ବପିଢ଼ି ପାଖେ ସମ୍ଭବ ହୋଇପାରୁ ନ ଥିଲା। ତେଣୁ ନୂଆ ଯୁଗର ଆହ୍ଵାନକୁ ଯୁବପିଢ଼ି ଗ୍ରହଣ କରନ୍ତୁ ବୋଲି ‘ସମ୍ବାଦ’ର ସଂପାଦକ ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି। ହାଇ ଫ୍ଲାୟର୍ ଆନିମେସନ୍ ପକ୍ଷରୁ ସୃଜନାତ୍ମକ କର୍ମଶାଳା ‘ସୃଜନ ୨୦୧୮’ ବମିଖାଲସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ଓଡ଼ିଶାରେ ଆତ୍ମବିଶ୍ୱାସର ଅଭାବରୁ କାର୍ଯ୍ୟ କରିବାର ଆଗ୍ରହ କମିବାରେ ଲାଗିଛି। ପ୍ରାୟ ସମସ୍ତେ କପି ଓ ଧରାଧରି କରି ଡିଗ୍ରି ହାସଲ କରି ନିଜକୁ କୁଶଳୀ ହେବାର ପରିଚୟ ଦେଉଛନ୍ତି। ଜଣେ ଭଲ କୌଶଳ ଜାଣିପାରିଲେ କୁଶଳୀ ହୋଇପାରିବ। ଛାତ୍ରଛାତ୍ରୀମାନେ ଆନ୍ତରିକତାର ସହିତ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ପାଇପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଲୁକା ଶିଳ୍ପୀ ସୁବଳ ମହାରଣା ଯୋଗ ଦେଇଥିଲେ। ଏଥିରେ ଅନୁଷ୍ଠାନ ପକ୍ଷରୁ ହେଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ବିଭୂଦତ୍ତ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମୁଖ୍ୟ ପରିଚାଳନା ଅଧିକାରୀ ସ୍ୱାଧୀନ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ମାନବ ସମ୍ବଳ ମୁଖ୍ୟ ଅଶୋକ ସେନାପତି ଧନ୍ୟବାଦ ଦେଇଥିଲେ।
‘ନୂଆ ଯୁଗର ଆହ୍ଵାନକୁ ଗ୍ରହଣ କର’
ହାଇ ଫ୍ଲାୟର୍ ଆନିମେସନ୍ ପକ୍ଷରୁ ‘ସୃଜନ ୨୦୧୮’
/sambad/media/post_attachments/wp-content/uploads/2018/09/m21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)