ଭୁବନେଶ୍ବର: ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁଇଟି ଦୁର୍ଘଟଣା ଘଟି ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଭିଏସ୍ଏସ୍ ନଗର ଓଭରବ୍ରିଜ୍ ସ୍ଥିତ ଏକ ସ୍କୁଲ୍ ନିକଟରେ ଦୁଇଟି ବାଇକ୍ ମୁହାଁ ମୁହିଁ ଧକ୍କା ହେବାରୁ ବାଲେଶ୍ବର ଜିଲ୍ଲା ଶିମୁଳିଆ ଅଞ୍ଚଳର ପୁପୁନ୍ ସାହୁ(୨୫)ଙ୍କା ମୃତ୍ୟୁ ହୋଇଯାଇଛି। ସେହିପରି ରାତି ପ୍ରାୟ ୧ଟା ବେଳେ ସିଆର୍ପି ଛକ ନିକଟ ମ୍ୟୁଜିୟମ୍ ସମ୍ମୁଖରେ ଡଇଭାଇଡର୍କୁ ଧକ୍କା ଦେବାରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୨ ଗୁରୁୁତର ଆହତ ହୋଇଛନ୍ତି। ମୃତାହତଙ୍କ ପରିଚୟ ମିଳିପାରି ନାହିଁ। ସେମାନେ ବାଇକ୍ରେ ନୂଆପଲ୍ଲୀରୁ ବରମୁଣ୍ଡା ଦିଗରେ ଯାଉଥିଲେ। ପୁଲିସ ସୂଚନା ମୁତାବକ, ପୁପୁନ୍ ଭିଏସ୍ଏସ୍ ନଗର ସ୍ଥିତ ଏକ ଗ୍ୟାରେଜ୍ରେ କାମ କରନ୍ତି। ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ସେ ଗ୍ୟାରେଜ୍ରୁ ଏକ ବାଇକ୍କୁ ଟେଷ୍ଟ ଡ୍ରାଇଭ୍ରେ ନେଇଥିଲେ। ଓଭରବ୍ରିଜ୍ ନିକଟ ଏକ ସ୍କୁଲ ସମ୍ମୁଖରେ ଯାଉଥିବା ସମୟରେ ସମ୍ମୁଖ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ପୁପୁନ୍ଙ୍କ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଉଭୟ ରକ୍ତାକ୍ତ ଅବସ୍ଥାରେ ସଂଜ୍ଞାହୀନ ଅବସ୍ଥାରେ ରାସ୍ତାରେ ପଡ଼ି ରହିଥିଲେ। ସହିଦନଗର ଥାନା ଉଭୟଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସେଠାରେ ଡାକ୍ତର ପୁପୁନଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣାରେ ୨ ମୃତ, ୩ ଗୁରୁତର
/sambad/media/post_attachments/wp-content/uploads/2018/12/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)