ଅଳିଆ ଗାଡ଼ିକୁ ପିଟିଲା ବାଇକ୍‌, ଦୁଇ ଗୁରୁତର

ଭୁବନେଶ୍ବର: ବାଣୀବିହାର ଓଭରବ୍ରିଜ୍‌ ଉପରେ ଥିବା ବିଏମ୍‌ସିର ଏକ ଅଳିଆ ଉଠା ଗାଡ଼ିକୁ ଧକ୍କା ଦେବାରୁ ଦୁଇ ବାଇକ୍‌ ଚ‌ାଳକ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ, ହାବିଲ୍‌ଦାର ମେଜର ନାରାୟଣ କୁମାର ତାପା ଓ ସିପାହୀ ଖଗେନ୍ଦ୍ର ସାହି। ସେମାନେ କଟକ ଓଏସ୍‌ଏପି ୬ ବାଟାଲିୟନର। ସୋମବାର ଦିନ ପ୍ରାୟ ୧ଟାରେ ଗାଡ଼ିଟି ଜୟଦେବ ବିହାରରୁ ରସୁଲଗଡ଼ ଆଡ଼କୁ ଯାଉଥିଲା। ବାଣୀବିହାର ଓଭରବ୍ରିଜ୍‌ ଉପରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଗାଡ଼ିଟି ଅଟକି ରହିଥିଲା। ଏହି ସମୟରେ ପଛପଟୁ ବାଇକ୍‌ରେ ଆସୁଥିବା ନରାୟଣ ଓ ଖଗେନ୍ଦ୍ର ଗାଡ଼ି ପଛରେ ପିଟି ହୋଇଯାଇଥିଲେ।

ସମ୍ବନ୍ଧିତ ଖବର