ଦୁର୍ଘଟଣାରେ ଦୁଇ କାଉଡ଼ିଆଙ୍କ ସମେତ ୪ ଗୁରୁତର

ବାଲିପାଟଣା/ବାଲିଅନ୍ତା: ଭୁବନେଶ୍ବର-ବନମାଳିପୁର ମୁଖ୍ୟ ରାସ୍ତାର ବିଶ୍ବନାଥପୁର-ଶିଶିଲୋ ଗ୍ରାମ ତାରିଣୀ ମନ୍ଦିର ନିକଟରେ ଗତକାଲି ମଧ୍ୟରାତ୍ରିରେ ଦୁର୍ଘଟଣାରେ ୨କାଉଡ଼ିଆଙ୍କ ସମେତ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ ବାଇକ୍‌ ଦୁଇ କାଉଡ଼ିଆଙ୍କୁ ପଛରୁ ଧକ୍କା ଦେଇଥିଲା। ଆହତ କାଉଡ଼ିଆଦ୍ବୟଙ୍କ ପରିଚୟ ଜଣାପଡ଼ିନଥିବା ବେଳେ ଆହତ ବାଇକ୍‌ ଆରୋହୀଦ୍ବୟ ହେଲେ, ପାଣ୍ଡରା ଗ୍ରାମର ମଣ୍ଡୁ ଭୋଇ ଓ ପିଣ୍ଟୁ ଭୋଇ। ସ୍ଥାନୀୟ ଲୋକେ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ ଚିକିତ୍ସା ଲାଗି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ।

ସମ୍ବନ୍ଧିତ ଖବର