ଦୁର୍ଘଟଣାରେ କଲେଜ ଛାତ୍ର ମୃତ

ଖଣ୍ଡଗିରି: ବୁଧବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ଟାରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ, ଚନ୍ଦକା ଥାନା ମେଣ୍ଢାଶାଳ ଗ୍ରାମର କ୍ଷୀତିଶ ଚନ୍ଦ୍ର ସାମନ୍ତରାୟଙ୍କ ପୁଅ ଶିବାନନ୍ଦ(୨୦)। ସେ ଜଟଣୀ କଲେଜର ଯୁକ୍ତ ୩ ଦ୍ବିତୀୟ ବାର୍ଷିକ ଛାତ୍ର ଥିଲେ। ପୁଲିସ ସୂଚନାନୁସାରେ ଶିବାନନ୍ଦ କଲେଜ ଯିବା ପାଇଁ ଗଙ୍ଗପଡ଼ା ବସ୍‌ଷ୍ଟପ୍‌କୁ ଯାଉଥିଲେ। ସେ ଜାତୀୟ ରାଜପଥ କଡ଼ ଫୁଟ୍‌ପାଥ୍‌ ଉପରେ ଚାଲି ଚାଲି ଯାଉଥିବା ବେଳେ ଖୋର୍ଧାରୁ ଭୁବନେଶ୍ବର ଦିଗରେ ଯାଉଥିବା ଏକ କାର୍(ଓଡି୩୩ଇ-୫୪୦୫) ତାଙ୍କୁ ପଛରୁ ପିଟିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କାର୍ ଚାଳକ ଏକ ବାଇକ୍‌କୁ ପିଛା କରିବା ବେଳେ ଏଭଳି କାଣ୍ଡ ଘଟାଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ୁଛି। ପୁଲିସ କାର୍ ଚାଳକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର