ହାଇଓ୍ଵାକୁ ପଛରୁ ପିଟିଲା କାର, ଚାଳକ ମୃତ

ବାଲିଅନ୍ତା: ଭୁବନେଶ୍ୱର-କଟକ ଜାତୀୟ ରାଜପଥ ପାହଳ ଫାଣ୍ଡି ଅଞ୍ଚଳରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଦୃତବେଗରେ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଆଗରେ ଯାଉଥିବା ହାଇଓ୍ଵା ପଛରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ କାର ଭିତରେ ଥିବା ଆଉ ୪ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ୟୁନିଟ୍‌-୩ ଅଞ୍ଚଳର ବିଶ୍ୱଜିତ ମିଶ୍ର। ସ୍ଥାନୀୟ ଲୋକ ସମସ୍ତଙ୍କୁ ସଂକଟାପନ୍ନ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ସମସ୍ତେ କଟକରୁ ବାହାଘର ଭୋଜି ଖାଇ ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୫ଟାରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ହାଇଓ୍ଵା (ଓଡି-୦୨ୟୁ-୧୯୫୫) ପଛରେ ଏକ କାର (ଓଡି-୩୩ଜେ-୬୦୧୦) ନିୟନ୍ତ୍ରଣ ହରାଇ ପିଟି ହୋଇଯାଇଥିଲା। ପାହାଳ ଫାଣ୍ଡି ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିଛି। ଏଥିସହିତ ସଂପୃକ୍ତ ହାଇଓ୍ଵା ଚାଳକକୁ ମଧ୍ୟ ଅଟକ ରଖାଯାଇଛି।

ସମ୍ବନ୍ଧିତ ଖବର