ଅଜଣା ଗାଡ଼ି ଧକ୍କାରେ ଇ˚ଜିନିୟରି˚ ଛାତ୍ର ମୃତ

ଖଣ୍ତଗିରି: ଗତକାଲି ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ତମାଣ୍ତୋ କଳିଙ୍ଗବିହାର ଛକରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଇ˚ଜିନିୟରି˚ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ହେଲେ ଜାମ୍‌ସେଦପୁର କୈଳାସନଗରର ଦୁର୍ଗାଶଙ୍କର ମିଶ୍ରଙ୍କ ପୁଅ ଅମିତ୍‌ ମିଶ୍ର(୨୨)। ସେ ଏକ ବଡ଼ରଘୁନାଥପୁରସ୍ଥିତ ଗୀତା ଇ˚ଜିନିୟରି˚ କଲେଜର ୩ୟ ବାର୍ଷିକ ମେକାନିକାଲ୍‌ ବିଭାଗ ଛାତ୍ର ଥିଲେ ଓ ଯାଁଳାସ୍ଥିତ ଏକ ମେସ୍‌ରେ ରହୁଥିଲେ। ମଙ୍ଗଳବାର ରାତି ପ୍ରାୟ ସାଢେ଼ ୧୧ଟାବେଳେ ଅମିତ ଓ ତାଙ୍କର କିଛି ବନ୍ଧୁ ଭୁବନେଶ୍ବରରୁ ଯାଁଳା ଫେରୁଥିବାବେଳେ କଳିଙ୍ଗବିହାର ଛକରେ କୌଣସି ଅଜଣା ଗାଡ଼ି ତାଙ୍କ ବାଇକ୍‌(ଓଆର୦୨ ବିଏ-୮୭୪୬)କୁ ଧକ୍କା ଦେଇଥିଲା। ଚିକିିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର