ବାଲିଅନ୍ତା: ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ପୁରୀ ମୁଖ୍ୟ କେନାଲ ନିକଟରେ ଆଜି ଭୋର ସମୟରେ ସଡ଼କ ଦୁର୍ଘଟଣାରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ହେଲେ କଟକସଦର ଥାନା ବୟାଳିଶ ମୌଜା ଅଧୀନ ଶ୍ରୀକୃଷ୍ଣବିହାର ଅଞ୍ଚଳର କ୍ରିଷ୍ଣା ରାଓ (୬୨) ଓ ତାଙ୍କ ପୁଅ ୟୁ ପ୍ରକାଶ ରାଓ (୩୫)। ଏ ସଂପର୍କରେ ଖବର ପାଇ ପାହାଳ ଫାଣ୍ଡି ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସ ଡକାଇ ଉଭୟ ବାପା ପୁଅଙ୍କୁ ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ହେଲେ କ୍ରିଷ୍ଣାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ୟୁ ପ୍ରକାଶଙ୍କ ଅବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି। ପ୍ରାପ୍ତ ସୂଚନାନୁଯାୟୀ, କ୍ରିଷ୍ଣା ଓ ତାଙ୍କ ପୁଅ ଭୋର ସାଢ଼େ ୫ଟାରେ ସ୍କୁଟିରେ ଭୁବନେଶ୍ବରରୁ କଟକ ଅଭିମୁଖେ ଯାଉଥିଲେ। ହେଲେ ତାଙ୍କୁ ତାଙ୍କ ପଛପଟୁ ଆଉ ଗୋଟିଏ ବାଇକ ଧକ୍କା ଦେବା ଫଳରେ ଉଭୟ ଛିଟିକିପଡ଼ି ଡିଭାଇଡରରେ ପିଟିହୋଇ ଗୁରୁତର ହୋଇପଡ଼ିଥିଲେ।
ଦୁର୍ଘଟଣାରେ ବାପା ମୃତ, ପୁଅ ଗୁରୁତର
/sambad/media/post_attachments/wp-content/uploads/2020/03/accident-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)