ଭୁବନେଶ୍ୱର: ନିଜ ଟ୍ରକ୍ ତଳେ ଚାପି ହୋଇଗଲେ ମାଲିକ। ଚାଳକଙ୍କ ଅନ୍ୟମନସ୍କତା ମାଲିକଙ୍କ ଜୀବନ ନେଇଗଲା। ମାଲିକ ସ୍କୁଟି ଚଳାଉଥିଲେ, ହେଲେ ହେଲ୍ମେଟ୍ ପିନ୍ଧି ନଥିଲେ। ସ୍କୁଟି ସହ ଚାଳକ ପଡ଼ିଯିବା ପରେ ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା ଟ୍ରକ୍। ଆଜି ସନ୍ଧ୍ୟା ସାଢ଼େ ୫ଟା ବେଳେ ପଳାସୁଣି ଛକରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକ ହେଲେ, ରସୁଲଗଡ଼ର ଅରୁଣ ମଲ୍ଲିକ। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଟ୍ରାଫିକ୍ ନିୟନ୍ତ୍ରଣ କରିଥିଲା। ଦୁର୍ଘଟଣାଗ୍ରସ୍ତ ଗାଡ଼ିଦ୍ବୟକୁ ପୁଲିସ ଜବତ କରି ତଦନ୍ତ ଆରମ୍ଭ କରିଛି। ଟ୍ରକ୍ର ଚାଳକ ଫେରାର୍ ଅଛି। ଖୁବ୍ଶୀଘ୍ର ତାକୁ ଗିରଫ କରାଯିବ ବୋଲି ମଞ୍ଚେଶ୍ବର ଥାନା ପୁଲିସ କହିଛି।
/sambad/media/post_attachments/wp-content/uploads/2019/10/fghsfgh4sf89g7sfg8sf654g1sf23gsfg4sf89g45sfg1sfsfsfsfsfsfgsf_2.jpg)
ସୂଚନା ମୁତାବକ, ଟ୍ରକ୍ ଚାଳକକୁ ଏକ ଭଡ଼ା ବାବଦରେ ସୂଚନା ଦେବା ପାଇଁ ଅରୁଣ ପଳାସୁଣି ଛକ ଆସିଥିଲେ। ଟ୍ରକ୍ଟି ଚାଲୁଥିବା ଅବସ୍ଥାରେ ସେ ଚାଳକ ସହ କଥା ହୋଇଥିଲେ। କଥା ସରିବା ପରେ ଟ୍ରକ୍କୁ ଅତିକ୍ରମ କରି ଘରକୁ ଫେରିଯିବାକୁ ଚେଷ୍ଟା କରିବା ବେଳେ ଅସାବଧାନତା ଯୋଗୁଁ ପଡ଼ି ଯାଇଥିଲେ। ସେହି ସମୟରେ ଚାଳକର ଅନ୍ୟମନସ୍କତା ଯୋଗୁଁ ଟ୍ରକ୍ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/Man-Died-Due-to-Not-Wearing-Helmet_Thumbnail.jpg)