ଭୁବନେଶ୍ୱର: ପଳାସୁଣି-ପୁରୀ ବାଇପାସ୍ ମଝିରେ ଥିବା ସପ୍ତସତୀ ମନ୍ଦିରର ଅପରପାର୍ଶ୍ବରେ ଆଜି ବିଳମ୍ବିତ ରାତିରେ ଏକ ଦୁର୍ଘଟଣା ଘଟିଛି। ମାଛ ବୋଝେଇ ଏକ ଟ୍ରକ୍ ପଛରୁ ଏକ ହାଇୱାକୁ ଧକ୍କା ଦେବାରୁ ଟ୍ରକ୍ ଚାଳକ ଗୁରୁତର ଆହତ ହୋଇଛନ୍ତି। ଟ୍ରକ୍ ଭିତରେ ଚାଳକ ଫସି ରହିଥିଲେ। ଖବର ଲେଖା ହେବା ବେଳକୁ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ଲାଗି ଚେଷ୍ଟା ଚଳାଇଛନ୍ତି। ଚାଳକଙ୍କ ପରିଚୟ ମିଳି ପାରିନାହିଁ। ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ଆନ୍ଧ୍ରରୁ ଆସୁଥିବା ଏହି ମାଛବୋଝେଇ ଟ୍ରକ୍ଟି କଟକ ଆଡ଼କୁ ଯାଉଥିଲା। ସପ୍ତସତୀ ମନ୍ଦିର ନିକଟରେ ହାଇୱାକୁ ଅତିକ୍ରମ କରିବା ବେଳେ ଏହି ଅଘଟଣ ଘଟିଥିଲା। ହାଇୱା ଚାଳକ ହଠାତ୍ ବ୍ରେକ୍ ମାରିଦେବାରୁ ଟ୍ରକ୍ଟି ପଛପଟୁ ପିଟି ହୋଇଯାଇଥିଲା। ଅପରପକ୍ଷେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା। ସେହିପରି ଟ୍ରକ୍ରୁ ମାଛ ଚୋରି ଭୟରେ ପୁଲିସ ସେଠାରେ ପହରା ଦେଉଛି।
ପଳାସୁଣି-ପୁରୀ ବାଇପାସ୍ରେ ଦୁର୍ଘଟଣା, ଟ୍ରକ୍ ଚାଳକ ଗୁରୁତର
/sambad/media/post_attachments/wp-content/uploads/2019/11/sfg5sf4h564sf9h4sf89h74sfsfsfsfsfsfsfsfsfsfsfsfsfsfsfsfsfsfsfsfsfsf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)