ଭୁବନେଶ୍ୱର: ଜୟଦେବବିହାର ନିକଟରେ ଏକ ସ୍କର୍ପିଓ ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡ଼ି ଯାଇଥିଲା। ଯଦିଓ ଗାଡ଼ିର ସମ୍ମୁଖ ପଟ ଭାଙ୍ଗିଯାଇଥିଲା, କିନ୍ତୁ ଚାଳକଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଥିଲେ। ସୂଚନା ମୁତାବକ, ଗୁରୁବାର ଭୋର ସମୟରେ ସ୍କର୍ପିଓଟି ଜୟଦେବବିହାରରୁ ବିଜୁ ପଟ୍ଟନାୟକ କଲେଜ୍ ଆଡ଼କୁ ଯାଉଥିଲା। ତେବେ ଭଗବତୀ ମନ୍ଦିର ସମ୍ମୁଖରେ ସ୍କର୍ପିଓଟି ଭାରସାମ୍ୟ ହରାଇ ଡିଭାଇଡର ଉପରକୁ ମାଡ଼ି ଯାଇ ଇଲେକ୍ଟି୍ର ଖୁଣ୍ଟିରେ ପିଟିହୋଇ ଅଟକି ଯାଇଥିଲା। ଫଳରେ ଚାଳକଜଣଙ୍କ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା।
ଡିଭାଇଡର୍କୁ ମାଡ଼ିଗଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ଚାଳକ
/sambad/media/post_attachments/wp-content/uploads/2018/07/m8-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)