ଓଲଟିଲା କ୍ଷୀର ଗାଡ଼ି, ବର୍ତ୍ତିଲେ ଚାଳକ ଓ ସେଲ୍ସମ୍ୟାନ

ଧଉଳି: ଭୁବନେଶ୍ୱର – ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅନ୍ତର୍ଗତ ଧଉଳି ଛକ ନିକଟରେ ଆଜି ଭୋର ୬ଟା ସମୟରେ ଏକ କ୍ଷୀର ବୋଝେଇ ୪୦୭ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଫଳରେ ଏହି ଜାତୀୟ ରାଜପଥ ଉପରେ ପାଖାପାଖି ଶତାଧିକ କ୍ଷୀରଟ୍ରେ ଭିତରେ ଥିବା ପ୍ୟାକେଟ୍‌ କ୍ଷୀରଗୁଡ଼ିକ ବିକ୍ଷିପ୍ତ ହୋଇ ଦୀର୍ଘସମୟ ଧରି ପଡ଼ିରହିବାରୁ ଗାଡ଼ିମଟରଗୁଡ଼ିକ ଯାତାୟତ କ୍ଷେତ୍ରରେ ସମସ୍ୟା ଦେଖାଦେଇଥିଲା । ହେଲେ ସୌଭାଗ୍ୟବଶତଃ ଗାଡ଼ି ଭିତରେ ଥିବା ଚାଳକ ଓ ସେଲସ୍‌ମ୍ୟାନ ଏହି ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଥିଲେ । ପ୍ରାପ୍ତ ସୂଚନାନୁଯାୟୀ ପୁରୀ ପାର୍ଶ୍ୱରୁ ଉକ୍ତ ଗାଡ଼ିଟି ମିଲ୍କ ମୋ ନାମକ ସଂସ୍ଥାର ପ୍ୟାକେଟ କ୍ଷୀର ନେଇ (ନଂ ଓଡି ୦୨ ୭୭୫୭) ଭୁବନେଶ୍ୱର ଅଭିମୁଖେ ଆସୁଥିବା ବେଳେ ନିୟନ୍ତ୍ରଣ ହରାଇ ଏଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏସଂପର୍କରେ ଖବର ପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ କରୁଛି ।

ସମ୍ବନ୍ଧିତ ଖବର