ଧଉଳି: ଭୁବନେଶ୍ବର–ପୁରୀ ଜାତୀୟ ରାଜପଥର ଉତ୍ତରାଫାଣ୍ଡି ଅଧୀନ ଗୁଡ଼ିଆପୋଖରୀ ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ବାଇକ ନିୟନ୍ତ୍ରଣ ହରାଇ ଡିଭାଇଡର୍ରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ଆରୋହୀଙ୍କ ମୃତ୍ୟୁ ଘଟିଛି। ପରିବହନ କାର୍ଯ୍ୟାଳୟରେ ପଞ୍ଜୀକରଣରୁ ତାଙ୍କ ନାଁ ରଣଜିତ ଆଚାର୍ଯ୍ୟ (୪୦) ବୋଲି ଜଣାପଡ଼ିଛି। ସ୍ଥାନୀୟ ଲୋକମାନେ ରଣଜିତଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଦେଇଥିଲେ। ହେଲେ ଡାକ୍ତର ସେଠାରେ ରଣଜିତଙ୍କୁ ମୃତ ଘୋଷଣା କରିଥିଲେ। ରଣଜିତ ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।
ଡିଭାଇଡର୍ରେ ପିଟିହୋଇ ଜଣେ ମୃତ
/sambad/media/post_attachments/wp-content/uploads/2018/11/dead-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)