ହାଇୱାକୁ ପିଟି ଓଲଟିଲା ମାଛ ବୋଝେଇ ଗାଡ଼ି, ହେଲ୍‌ପର ଗୁରୁତର

କରୋନା ଭୟରେ ମାଛ ଛୁଇଁଲେନି

ଭୁବନେଶ୍ବର: ଗୁରୁବାର ଅପରାହ୍ଣରେ ପୁରୀ ବାଇପାସ୍‌ ରୋଡ‌୍‌ର କୋରଡ଼କଣ୍ଟାଠାରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା‌ରେ ଛିଡ଼ା ହୋଇଥିବା ଏକ ହାଇୱାକୁ ମାଛ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଛି। ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନ୍‌ର ହେଲ୍‌ପର ଯାଜପୁର ଜିଲ୍ଲା ଧର୍ମଶାଳାର କେଶବ ତିରିଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ସହିଦନଗର ଥାନା ପୁଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଟ୍ରାଫିକ୍‌ ସ୍ବାଭାବିକ କରିଥିଲା।

ଗାଡ଼ି ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ମାଛ ବୋଝେଇ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ମାଛ ରାସ୍ତାରେ ପଡ଼ି ଯାଇଥିଲା। ହେଲେ କରୋନା ଭୟରେ କେହି ଛୁଇଁ ନଥିଲେ। ପୁଲିସ ସୂଚନା ମୁତାବକ, ପୁରୀରୁ ଏକ ପିକ୍‌ଅପ୍‌ ଭ୍ୟାନ୍‌ ମାଛ ନେଇ ଚଣ୍ଡିଖୋଲ ଯାଉଥିଲା। ଅପରାହ୍‌ଣ ୫ଟା ବେଳେ ଏକ ହାଇୱାକୁ ପଛରୁ ଧକ୍‌କା ଦେଇଥିଲା। ବେଗ ଅଧିକା ସହ ବ୍ରେକ୍‌ ଫେଲ ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାର ମାତ୍ରା ଏତେ ଥିଲା ଯେ ଆଗରେ ବସିଥିବା ହେଲ୍‌ପର ଗାଡ଼ି କାଚ ଭାଙ୍ଗି ବାହାରକୁ ବାହାରି ଆସିଥିଲେ।

ସମ୍ବନ୍ଧିତ ଖବର