ଭୁବନେଶ୍ୱର: ଗୁରୁଗ୍ରାମରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦ୍ରାପଡ଼ାର ଜଣେ ଶ୍ରମିକଙ୍କ ମରଶରୀରକୁ ନିଜ ଗ୍ରାମକୁ ପଠାଇବା ପାଇଁ ଓଡ଼ିଶା-ମୋ ପରିବାର ସମସ୍ତ ବ୍ୟବସ୍ଥା କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଲିପାଟଣା ଗ୍ରାମର ପ୍ରମୋଦ ପରିଡ଼ା ଗୁରୁଗ୍ରାମରେ ରହି ପ୍ଲମ୍ବର ଭାବେ କାମ କରୁଥିଲେ। ଗତ ୧ ତାରିଖରେ ଡିଏଲ୍ଏଫ୍ କମ୍ପାନିର ଏକ ନିର୍ମାଣାଧୀନ କୋଠା ଛାତ ଉପରେ କାମ କରୁଥିବା ବେଳେ ଖସି ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁଗ୍ରାମରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯାଇ ଆଜି ମରଶରୀରକୁ ବିମାନ ଯୋଗେ ଓଡ଼ିଶା ପଠାଯାଇଥିଲା। ଅର୍ଥାଭାବ ଯୋଗୁଁ ପ୍ରମୋଦଙ୍କ ପତ୍ନୀ ମରଶରୀରକୁ ନିଜ ଗ୍ରାମକୁ ନେବାପାଇଁ ସକ୍ଷମ ନଥିଲେ। ତେଣୁ ଆଜି ଓଡ଼ିଶା-ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ମୃତକଙ୍କ ସମ୍ପର୍କୀୟଙ୍କୁ ମୃତଦେହ ହସ୍ତାନ୍ତର କରିବା ସହ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ବାଲିପାଟଣା ଗ୍ରାମକୁ ପଠାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ମୋ ପରିବାରର ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ, ସମୀର ପ୍ରଧାନ, ମନୋଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଗୁରୁଗ୍ରାମରେ ଓଡ଼ିଆ ଶ୍ରମିକଙ୍କ ଦୁର୍ଘଟଣାରେ ମୃତ୍ୟୁ, ସହାୟତାର ହାତ ବଢ଼ାଇଲା ଓଡ଼ିଶା-ମୋ ପରିବାର
/sambad/media/post_attachments/wp-content/uploads/2020/11/fhsf4hs98fh7sf98h7sfh98fsh98fsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)