ବାଲିଅନ୍ତା/ଧଉଳି(ଇମିସ): ବାଳକାଟି-ବାଲିଅନ୍ତା ପୁରୁଣା ଜଗନ୍ନାଥ ମୁଖ୍ୟ ରାସ୍ତାର ଗଡ଼କଣ୍ଟୁଣିଆ ରାସ୍ତାରେ ଆଜି ସଂଧ୍ୟାରେ ଦ୍ରୁତ ବେଗରେ ଯାଉଥିବା ଏକ ବାଇକ୍ ପଛରୁ ଧକ୍କା ଦେବାରୁ ଜଣେ ପୁଲିସ କର୍ମଚାରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ମୃତ ପୁଲିସ କର୍ମଚାରୀ ଜଣକ ହେଲେ ଦିବାକର ସାହୁ (୪୦)। ଘର ବାଲିଅନ୍ତା ଥାନା ଅନ୍ତର୍ଗତ ରୟତଶ୍ରୀରାମପୁର ଗ୍ରାମରେ । ଦିବାକର ଏବେ ଧଉଳି ଥାନା ପିସିଆର ଭ୍ୟାନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ଆଜି ସଂଧ୍ୟା ପ୍ରାୟ ୬ଟା ବେଳେ ସେ ଉପରୋକ୍ତ ମୁଖ୍ୟ ରାସ୍ତାରେ ଇଭନିଂ ଓ୍ଵାକ୍ରେ ଯାଉଥିବା ବେଳେ ଗଡ଼କଣ୍ଟୁଣିଆ ନିକଟରେ ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଚିକତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଖବର ପାଇ ବାଳକାଟି ଫାଣ୍ଡି ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ଟିକୁ ଜବତ କରିବା ସହ ପିପିଲି ଥାନା ଅଞ୍ଚଳର ଏହାର ଚାଳକକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଏ ସଂକ୍ରାନ୍ତରେ ଉକ୍ତ ଫାଣ୍ଡିରେ ଏକ ମାମଲା ରୁଜୁ ହୋଇଛି ।
ଦୁର୍ଘଟଣାରେ ପୁଲିସ ପିସିଆର ଭ୍ୟାନ୍ ହାବିଲଦାରଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2018/01/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)