ଖଣ୍ଡଗିରି: ଫାୟାର୍ ଷ୍ଟେସନ୍ ଓ ଡେଲ୍ଟା ଛକ ରାସ୍ତା ମଝିରେ ଦୁର୍ଗା ମନ୍ଦିର ନିକଟସ୍ଥ କଟ୍ ମରଣଯନ୍ତା ପାଲଟିଛି। ପ୍ରତିଦିନ ୧୦/୧୨ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ବେଆଇନ୍ ଭାବେ ଏହି କଟ୍ କରାଯାଇଥିବା ନେଇ ଅଭିଯୋଗ ହେଉଛି। ଡେଲ୍ଟା ଛକରେ ଚାଲିଥିବା ଡ୍ରେନ୍ ନବୀକରଣ ଓ ମରାମତି କାମ ପାଇଁ ଏହି କଟ୍କୁ ଅସ୍ଥାୟୀ ଭାବେ କରାଯାଇଥିଲେ ହେଁ ଉପଯୁକ୍ତ ସୂଚନା ଫଳକ ଓ ଟ୍ରାଫିକ୍ ପୁଲିସ ନିୟୋଜିତ ହୋଇ ନଥିବାରୁ ଲୋକେ କମିସନରେଟ୍ ପୁଲିସକୁ ଦୋଷାରୋପ କରୁଛନ୍ତି। ସୂଚନାନୁସାରେ ଫାୟାର୍ ଷ୍ଟେସନ୍ ଛକରୁ ଡେଲ୍ଟା ଛକକୁ ଲମ୍ବିଥିବା ରାସ୍ତାରେ ଦୁର୍ଗା ମନ୍ଦିର ପାଖରେ ଏହି ଅସ୍ଥାୟୀ କଟ୍ କରାଯାଇଛି। ମାତ୍ର କଟ୍ ଅଛି ବୋଲି କିଛି ବି ସତର୍କତା ଫଳକ ଲଗା ଯାଇନାହିଁ। ଏମିତିକି ଜନଗହଳି ସମୟରେ ଏହି କଟ୍ରେ ଟ୍ରାଫିକ୍ ପୁଲିସ ନିୟୋଜିତ କରାଯାଇନାହିଁ। ଫଳରେ ଗାଡ଼ିଚାଳକମାନେ ମନଇଚ୍ଛା ଏହି କଟ୍ରେ ଚଳପ୍ରଚଳ କରୁଛନ୍ତି ଓ ଦୁର୍ଘଟଣା ଘଟୁଛି। ସ୍ଥାନୀୟ ଲୋକଙ୍କ ସୂଚନାନୁସାରେ ପ୍ରତିଦିନ ଏହି କଟ୍ରେ ପ୍ରାୟ ଏକ ଡଜନ୍ରୁ ଅଧିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଗତ ଦୁଇ ଦିନ ଭିତରେ ଘଟିଥିବା କିଛି ବଡ଼ ଧରଣର ଦୁର୍ଘଟଣାରେ ପ୍ରାୟ ୫ ଜଣ ଗୁରୁତର ହୋଇଥିବା ସ୍ଥାନୀୟ ଲୋକଙ୍କଠାରୁ ସୂଚନା ମିଳିଛି। ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ବିଶେଷକରି କଟ୍କୁ ଲାଗି ଫୁଟ୍ପାଥ୍ ଉପରେ ଫଳ ବଜାର ରହିଥିବାବେଳେ ଓ କିଛି ଗଜ ଦୂରରେ ପେଟ୍ରୋଲ ପମ୍ପ ଥିବାରୁ ଏହି ଅଂଶଟି ପ୍ରାୟତଃ ସବୁବେଳେ ଅଧିକ ଜାମ୍ ରହୁଛି ଓ ଏଥିପାଇଁ ମଧ୍ୟ ଅଧିକାଂଶ ଗାଡ଼ି ଏହି କଟ୍ ବ୍ୟବହାର କରୁଛନ୍ତି। ଅପରପକ୍ଷେ ଡେଲ୍ଟା ଛକରେ ଚାଲିଥିବା ଡ୍ରେନ୍ କାମ ପାଇଁ ଏବେ ଉକ୍ତ ଛକରେ ମଧ୍ୟ ଏକ ଅସ୍ଥାୟୀ କଟ୍ କରାଯାଇଛି। ଫଳରେ ଗାଡ଼ିଗୁଡ଼ିକ ଟ୍ରାଫିକ୍ ଛକ ପୂର୍ବରୁ ଉକ୍ତ କଟ୍ରେ ପାର୍ ହୋଇ ଗୋଟିଏ ପାର୍ଶ୍ବ ରାସ୍ତା ବ୍ୟବହାର କରୁଛନ୍ତି। ତେଣୁ ଅଧିକାଂଶ ସମୟ ଏହି ଛକ ପ୍ରବଳ ଜାମ୍ ରହୁଛି। ତେଣୁ ଫାୟାର୍ ଷ୍ଟେସନ ଛକରୁ ଡେଲ୍ଟା ଛକ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକ ମଝିରେ ହୋଇଥିବା ଅସ୍ଥାୟୀ କଟ୍କୁ ବ୍ୟବହାର କରୁଛନ୍ତି। କିନ୍ତୁ ଭିଡ଼ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ପୁଲିସ ନଥିବାରୁ ଚାଳକମାନେ ଶୃଙ୍ଖଳିତ ହୋଇପାରୁନାହାଁନ୍ତି। ତୁରନ୍ତ ଏହି କଟ୍ରେ ଟ୍ରାଫିକ୍ ପୁଲିସ ମୁତୟନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଅସ୍ଥାୟୀ କଟ୍ ପାଲଟିଛି ମରଣଯନ୍ତା
ବଢ଼ୁଛି ଦୁର୍ଘଟଣା, ତେଜୁଛି ଅସନ୍ତୋଷ
/sambad/media/post_attachments/wp-content/uploads/2019/06/Untitled-25-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)