ମାଲିକଙ୍କୁ ଚୂନ ଲଗାଇଲା ଆକାଉଣ୍ଟାଣ୍ଟ : ଚେକ୍ ଜରିଆରେ ୧୨ ଲକ୍ଷ ଟଙ୍କା ଉଠାଇନେଲା

ଗିରଫ ପରେ ୯ଲକ୍ଷ ଉଦ୍ଧାର

ଭୁବନେଶ୍ବର : ମାଲିକଙ୍କୁ ଚୂନ ଲଗାଇଲା ଆକାଉଣ୍ଟାଣ୍ଟ। ବିଶ୍ବାସରେ ବିଷ ଦେଇ ଚେକ୍ ଜରିଆରେ ୧୨ ଲକ୍ଷ ଟଙ୍କା ଉଠାଇନେଲା। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ବଡ଼ଗଡ଼ ଥାନା ପୁଲିସ ଅଭିଯୁକ୍ତ ବିରଞ୍ଚି ମିଶ୍ରକୁ ଗିରଫ କରିଛି। ବିରଞ୍ଚିଠାରୁ ୯ ଲକ୍ଷ ଟଙ୍କା ଉଦ୍ଧାର କରିଛି ପୁଲିସ।

ପୁଲିସ ସୂଚନା ଅନୁସାରେ, କାସପେନ୍ ଏନର୍ଜି କର୍ପୋରେସନ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନିରେ କାମ କରୁଥିଲା ବିରଞ୍ଚି। ଗତ ଫେବ୍ରୁଆରି ୨୫ ତାରିଖରେ କମ୍ପାନିର ଏକ ଚେକ୍ ଜରିଆରେ ବିରଞ୍ଚି ୧୨ ଲକ୍ଷ ଟଙ୍କା ଉଠାଇ ନେଇଥିଲା। ସେହିପରି ମାର୍ଚ୍ଚ ୧୦ ତାରିଖରେ ଆଉ ଏକ ଚେକ୍ ଜରିଆରେ ୧୦ ଲକ୍ଷ ୫୦ ହଜାର ଟଙ୍କା ଉଠାଇ ନେଇଥିଲେ। କମ୍ପାନି ଏମ୍‌ଡି ତୁଷାର କୁମାର ସ୍ବାଇଁ ଏହା ଜାଣିବା ପରେ ତୁରନ୍ତ ବ୍ୟାଙ୍କ ସହ ଯୋଗାଯୋଗ କରିଥିଲେ। ଏହା ପରେ ସେହି ୧୦ ଲକ୍ଷ ୫୦ ହଜାର ଟଙ୍କା ଫେରି ଆସିଥିଲା। କିନ୍ତୁ ୧୨ ଲକ୍ଷ ଟଙ୍କା ବିରଞ୍ଚି ଆକାଉଣ୍ଟକୁ ଟ୍ରାନ୍ସଫର ହୋଇ ଯାଇଥିଲା। ତୁଷାର ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଆଇପିସିର ଦଫା ୪୧୯, ୪୨୦, ୪୬୧, ୪୭୧, ୪୦୯ରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର