ଦୁଷ୍କର୍ମ ଅଭିଯୋଗରେ ଯବାନ ଅଟକ

ବନ୍ଦ ପଡ଼ିଥିବା ହସ୍ପିଟାଲରୁ ଚୋରି, ୩ ଗିରଫ

ଭୁବନେଶ୍ୱର : ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ଯବାନଙ୍କୁ ଅଟକ ରଖିଛି। ଅଟକ ଯବାନଜଣଙ୍କ ୭ମ ବଟାଲିଅନ୍‌ର ସେକ୍‌ ଫରିଦ। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦିନ ହେବ ଯବାନଜଣକ ସମ୍ପୃକ୍ତ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ। ବିବାହ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବାରମ୍ବାର କହିବା ପରେ ମଧ୍ୟ ବିବାହ ନ କରିବାରୁ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ। ଯବାନଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ବନ୍ଦ ପଡ଼ିଥିବା ହସ୍ପିଟାଲରୁ ଚୋରି, ୩ ଗିରଫ

ଭୁବନେଶ୍ବର : ସହିଦନଗରରେ ବନ୍ଦ ପଡ଼ିଥିବା ଏକ ହସ୍ପିଟାଲରୁ ଚୋରି କରିବା ଅଭିଯୋଗରେ ଦୁଇଜଣ ଗିରଫ ହୋଇଛନ୍ତି। ଏଥିସହ ଚୋରି ଜିନିଷ କିଣିଥିବା ଜଣେ କବାଡ଼ିବାଲାକୁ ପୁଲିସ ବାନ୍ଧିଛି। ସେମାନେ ହେଲେ, ସହିଦନଗରର ରାଜା ନାଏକ, ବିଦ୍ୟାଧର ମାଝି ଓ କବାଡ଼ିଆ ଦେବ ନାରାୟଣ ଗୁପ୍ତା। ସହିଦନଗରରେ ବନ୍ଦ ପଡ଼ିଥିବା ଏକ ହସ୍ପିଟାଲରୁ ଗତ ଦୁଇ ଦିନ ତଳେ ଫ୍ୟାନ୍‌, କମ୍ପ୍ୟୁଟର ପ୍ରଭୃତି ସାମଗ୍ରୀ ଚୋରି ହୋଇଥିବ‌ା ବନମାଳିପୁରର ଶ୍ରୀଧର ସାହୁ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର