ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ୟୁନିଟ୍‌-୮ ଜଳେଶ୍ବର ବସ୍ତିର ଅଭିମନ୍ୟୁ ବାରିକ(୨୨)। ଆଜି ପୁଲିସ ତାକୁ କୋର୍ଟ ଚାଲାଣ କରିଛି।

ପୁଲିସ ସୂଚନା ମୁତାବକ, କିଛିଦିନ ହେବ ଅଭିମନ୍ୟୁ ସ୍ଥାନୀୟ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଏକତରଫା ଭାବେ ଭଲ ପାଉଥିଲା। ବିଭିନ୍ନ ସମୟରେ ତାଙ୍କୁ ହଇରାଣ ହରକତ କରିଚାଲିଥିଲା। ଏମିତିକି ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରୁଥିଲା। ହେଲେ ସେ ରାଜି ନହେବାରୁ ଅଭିମନ୍ୟୁ ପ୍ରତିଶୋଧ ପରାୟଣ ହୋଇଥିଲା। ଗତ ୨୬ ତାରିଖ ରାତିରେ ନାବାଳିକା ଘରକୁ ଫେରୁଥିବା ବେଳେ ଅଭିମନ୍ୟୁ ତାଙ୍କୁ ଜୋର ଜବରଦସ୍ତି ବସ୍ତିରେ ଥିବା ସାଙ୍ଗ ଘରକୁ ନେଇଯାଇ ଦୁଷ୍କର୍ମ କରିଥିଲା। ବିଳମ୍ବିତ ରାତି ଯାଏ ନାବାଳିକା ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜା ଖୋଜି କରି ପରେ ଥାନାରେ ଅଭିଯୋଗ କରିଥିଲେ। ପରଦିନ ସକାଳୁ ନାବାଳିକା ଘରକୁ ଫେରି ଘଟଣା ବିଷୟରେ ଜଣାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଅଭିମନ୍ୟୁକୁ ଗିରଫ ପାଇଁ ଚଢ଼ଉ ଜାରି ରଖିଥିଲା।

ସମ୍ବନ୍ଧିତ ଖବର