ଭୁବନେଶ୍ବର : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ୪ବର୍ଷ ପରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା, ୟୁନିଟ୍-୮ ଅଞ୍ଚଳର ଗଣେଶ ସେଠୀ(୨୩)। ୨୦୧୫ ମସିହାରେ ଗଣେଶ ଓ ତା’ର ଭାଇ କାର୍ତ୍ତିକ ମିଶି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହାପରେ ନାବାଳିକାଙ୍କୁ ଧମକ ଦେଇ ସେଠାରୁ ଫେରାର୍ ହୋଇଯାଇଥିଲେ। ପରିବାରଲୋକ ଆସିବା ପରେ ନାବାଳିକା ଘଟଣା ବିଷୟରେ କହିଥିଲେ। ଏନେଇ ନାବାଳିକାଙ୍କ ପରିବାର ଲୋକ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ତେବେ ପୁଲିସ କାର୍ତ୍ତିକକୁ ଗିରଫ କରିଥିବା ବେଳେ ଗଣେଶ ଫେରାର୍ ହୋଇଯାଇଥିଲା। ଏନେଇ କୋର୍ଟରୁ ୱାରେଣ୍ଟ ଆସିବା ପରେ ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ନାବାଳିକାଙ୍କୁ ଦୁଷ୍କର୍ମ ମାମଲା : ୪ବର୍ଷ ପରେ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2019/09/arrest-1569673956-1.jpg)