ଚନ୍ଦ୍ରଶେଖରପୁର : ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ଜଣେ ୧୬ ବର୍ଷର ନାବାଳକକୁ ଗିରଫ କରି ବାଳସୁଧାର ଗୃହକୁ ପଠାଇଛି। ପୁଲିସ ଅଭିଯୁକ୍ତ ନାବାଳକକୁ ଜୁଭେନାଲ୍ ଜଷ୍ଟିସ୍‌ବୋର୍ଡରେ ହାଜର କରାଇବା ପରେ ବାଳ ସୁଧାର ଗୃହକୁ ପଠାଇଦେଇଛି। ସୂଚନା ଅନୁଯାୟୀ, ଗତ ବୁଧବାର ସଂଧ୍ୟାରେ ନାବାଳିକାଜଣଙ୍କ ନିଜ ଘର ନିକଟରେ ଖେଳୁଥିବା ବେଳେ ଅଭିଯୁକ୍ତ ନାବାଳକ ତାକୁ ଚକୋଲେଟ୍ ଦେବାର ପ୍ରଲୋଭନ ଦେଖାଇ ନିକଟସ୍ଥ ଏକ ବୁଦାମୂଳକୁ ନେଇ ଯାଇଥିଲା। ସେଠାରେ ଥିବା ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲା। ଏ ସଂପର୍କରେ ନାବାଳିକାଜଣଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଗତକାଲି ପରିବାରଲୋକ ଥାନାରେ ଏତଲା ଦେଇଥିଲେ।