ଭୁବନେଶ୍ୱର : ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଅଟକ

ଭୁବନେଶ୍ୱର : ନାବାଳିକାକୁ ଅପହରଣ କରି ନେଇ ଦୁଷ୍କର୍ମ। ଏନେଇ ନାବାଳିକାଙ୍କ ପରିବାର ଥାନାରେ ନିଖୋଜ ଏତଲା ଦେବା ପରେ ପୁଲିସ ନାବାଳିକାକୁ ବାରଙ୍ଗ ଅଞ୍ଚଳରୁ ଉଦ୍ଧାର କରିବା ସହ ଯୁବକକୁ ଅଟକ ରଖିଛି। ନନ୍ଦନକାନନ ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। ନାବାଳିକାଜଣକ ଅସୁସ୍ଥ ହୋଇପଡ଼ିଥିବାରୁ ତାକୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଅଟକ ଯୁବକର ମଧ୍ୟ ଡାକ୍ତରୀ ମାଇନା କରାଯାଇଛି। ନାବାଳିକାର ଅଭିଯୋଗକୁ ଆଧାର କରି ନନ୍ଦନକାନନ ଥାନା ପୁଲିସ ଅପହରଣ ଓ ଦୁଷ୍କର୍ମ ଦଫାରେ ଏକ ମାମଲା ରୁଜୁ କରିଛି। ସୂଚନା ମୁତାବକ, ନନ୍ଦନକାନନ ଥାନା ଅଞ୍ଚଳରେ ଜଣେ ନାବାଳିକା ନିଖୋଜ ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାର ବାପାଙ୍କୁ ପଚରାଉଚରା ପରେ ସେ ଜଣେ ଯୁବକକୁ ସନ୍ଦେହ କରୁଥିବା କହିଥିଲେ। ମୋବାଇଲ ନମ୍ବର ଟ୍ରାକ୍‌ କରି ସମ୍ପୃକ୍ତ ଯୁବକକୁ ଠାବ କରାଯାଇଥିଲା। ଆଜି ମଧ୍ୟାହ୍ନରେ ଉଭୟଙ୍କୁ ଗୋଟିଏ ଘରୁ ଉଦ୍ଧାର କରା ଯାଇଥିଲା। ତେବେ ପୂର୍ବରୁ ସମ୍ପୃକ୍ତ ଯୁବକ ନାବାଳିକାକୁ ପ୍ରେମ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି।

ସମ୍ବନ୍ଧିତ ଖବର