ସାଙ୍ଗକୁ ପ୍ରାଣାନ୍ତକ ଆକ୍ରମଣ କରି ଜେଲ ଗଲା ସାଙ୍ଗ

ବାଲିଅନ୍ତା :ବାଳକାଟି ଫାଣ୍ଡି ପୁଲିସ ନିଶାଗ୍ରସ୍ତ ଅବସ୍ଥାରେ ସାଙ୍ଗକୁ ପ୍ରାଣାନ୍ତକ ଆକ୍ରମଣ କରିବା ମାମଲାରେ ସଂପୃକ୍ତ ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଯୁବକ ହେଲେ ବାଲିପାଟଣା ଥାନା ଅନ୍ତର୍ଗତ କାଳନ୍ଦୀ ବେହରା ଓରଫ କାଳୁ (୩୭) । କୋର୍ଟରେ କାଳନ୍ଦୀଙ୍କ ଜାମିନ ନାମଂଜୁର ହୋଇଯିବାରୁ ତାଙ୍କୁ ଝାରପଡ଼ା ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେ ତାଙ୍କର ସାଙ୍ଗ ନିରଞ୍ଜନ ସାହୁଙ୍କୁ ମୁହଁକୁ ପଥରରେ ଛେଚି କ୍ଷତାକ୍ତ କରିଦେଇଥିଲେ । ପରିବାର ଲୋକ ଗୁରୁତର ଅବସ୍ଥାରେ ନିରଞ୍ଜନଙ୍କୁ ଭାର୍ଗବୀ ନଦୀ ପଠାରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ଏବେ ନିରଞ୍ଜନ ସେଠାରେ ଚିକିତ୍ସାଧୀନ ଅଛନ୍ତି । ଏସଂପର୍କରେ ନିରଞ୍ଜନଙ୍କ ମାଆ ଲକ୍ଷ୍ମୀପ୍ରିୟା ସାହୁ ଫାଣ୍ଡିରେ ଅଭିଯୋଗ କରିଥିଲେ ।

ପ୍ରାପ୍ତ ସୂଚନାନୁଯାୟୀ ଗତକାଲି ନିରଞ୍ଜନ ଓ କାଳନ୍ଦୀ ସାଙ୍ଗ ହୋଇ ବାଇକରେ ବାଳକାଟି ଅଭିମୁଖେ ଯାଇଥିଲେ । ସାଇଫନ ଚୋରା ମଦ ଦୋକାନରୁ ମଦ ନେଇ ନଦୀପଠାରେ ପିଇଥିଲେ । ଆଉ ନିଶା ହେବା ପରେ ଦୁହେଁ ମାରପିଟ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ କାଳନ୍ଦୀ ପଥର ଖଣ୍ଡରେ ନିରଞ୍ଜନକୁ ଆକ୍ରମଣ କରି ଲୁହଲୁହଣ କରି ଦେଇଥିଲା । ନିରଞ୍ଜନ ମୁର୍ଚ୍ଚା ହୋଇଯିବା ପରେ କାଳନ୍ଦୀ ସେଠାରୁ ଫେରାର ହୋଇଯାଇଥିଲ । ପୁଲିସ ଠାରୁ ନିରଞ୍ଜନଙ୍କ ଅବସ୍ଥା ସଂପର୍କରେ ଖବର ପାଇ ଲକ୍ଷ୍ମୀପ୍ରିୟା ଓ ତାଙ୍କ ସଂପର୍କୀୟ ପହଞ୍ଚି ହସ୍ପିଟାଲକୁ ନେଇଥିଲେ । ଏନେଇ ଥାନାରେ ନଂ ୨୭୧/୨୦ ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର