ବାଲିଅନ୍ତା : ଜଣେ ଯୁବତୀଙ୍କୁ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଏକ ସଂସ୍ଥାର ମୁଖ୍ୟ ତାଙ୍କ ପ୍ରତି ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଗ୍ରହଣ କରି ପାହାଳ ଫାଣ୍ଡି ପୁଲିସ ଉକ୍ତ ସଂସ୍ଥାରେ ଚଢ଼ଉ କରି ଅଭିଯୁକ୍ତ ଅଧିକାରୀଙ୍କୁ ପାହାଳ ଫାଣ୍ଡି ହାଜତରେ ଅଟକ ରଖି ପଚରାଉଚରା କରୁଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅଭିଯୋଗକାରୀ ଯୁବତୀଙ୍କ ପରିବାର ଏବଂ ସଂପର୍କୀୟମାନେ କାର୍ଯ୍ୟାଳୟରେ ପହଞ୍ଚି ହୋହଲ୍ଲା କରିଥିଲେ। ଖବର ପାଇ ଫାଣ୍ଡି ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲା। ଏ ନେଇ ଥାନାରେ ଏକ ଅସଦାଚରଣ ମାମଲା ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ ଷ୍ଟାଲିନ ବିଶ୍ବାଳ ସୂଚନା ଦେଇଛନ୍ତି।
ସୂଚନା ମୁତାବକ ନଖରା ଅଞ୍ଚଳରେ ଥିବା ଉକ୍ତ ଘରୋଇ ସଂସ୍ଥାରେ ଭଲ ପଦବିରେ ଚାକିରି କରାଇ ଦେବାକୁ ପ୍ରଲୋଭନ ଦେଖାଇ ଆଜି ଉକ୍ତ ସଂସ୍ଥାର ମୁଖ୍ୟ ଯୁବତୀଙ୍କୁ ତାଙ୍କ ପ୍ରକୋଷ୍ଠକୁ ଡାକିଥିଲେ। ଯୁବତୀ ତାଙ୍କ ପ୍ରକୋଷ୍ଠରେ ପହଞ୍ଚିବା ପରେ ତାଙ୍କୁ ଏକ ଫର୍ମ ପୂରଣ କରିବାକୁ ଦେଇଥିଲେ। ସେ ଫର୍ମ ପୂରଣ କରୁଥିବା ବେଳେ ଅଧିକାରୀ ଜଣକ ନିଜ ଚେୟାରରୁ ଉଠି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋରେ ଦର୍ଶାଯାଇଛି। ଏହି ସମୟରେ ଯୁବତୀ ଜଣକ ଚିତ୍କାର କରିବାରୁ ବାହାରେ ଅପେକ୍ଷା କରିଥିବା ଯୁବତୀଙ୍କ ଭାଇ ସେଠାରେ ପହଞ୍ଚି ଯାଇ ଭଉଣୀଙ୍କୁ ଉଦ୍ଧାର କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)