ଭୁବନେଶ୍ୱର : ଜୈନ ତେରାପନ୍ଥ ଧର୍ମଗୁରୁ ଆଚାର୍ଯ୍ୟ ମହାଶ୍ରମଣଙ୍କ ପବିତ୍ର ଅହିଂସା ଯାତ୍ରା ଓ ବର୍ଦ୍ଧମାନ ମହୋତ୍ସବ ଆସନ୍ତା ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ଅବସରରେ ୧୩ ତାରିଖ ଦିନ ସକାଳୁ ଏକ ଅହିଂସା ପଦଯାତ୍ରା ନଖରା ଛକରୁ ବାହାରି ହଂସପାଳ, ପଳାଶୁଣୀ ଅତିକ୍ରମ କରି କଟକ ରୋଡ୍ସ୍ଥିତ ତେରାପନ୍ଥ ଭବନଠାରେ ସରିବ। ଏହା ପରେ ୧୪ ତାରିଖ ଦିନ ଲକ୍ଷ୍ମୀସାଗର ମେଲଣ ପଡ଼ିଆଠାରେ ନାଗରିକ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ୧୫ ତାରିଖ ଦିନ ସତ୍ସଙ୍ଗ ଓ ପ୍ରବଚନ କାର୍ଯ୍ୟକ୍ରମ ଓ ୧୬ ତାରିଖ ଦିନ ଏକ ପଦଯାତ୍ରା ବାହାରି ଖଣ୍ଡଗିରି-ଉଦୟଗିରି ଜୈନପୀଠରେ ପହଞ୍ଚିବ। ‘ଆଚାର୍ଯ୍ୟ ମହାଶ୍ରମଣ ପ୍ରବାସ ବ୍ୟବସ୍ଥା ସମିତି ଭୁବନେଶ୍ୱର’ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସମିତିର ସଭାପତି ପ୍ରକାଶ ବୋତାଲା।
ଆଚାର୍ଯ୍ୟ ମହାଶ୍ରମଣଙ୍କ ଅହିଂସା ଯାତ୍ରା ଆଜିଠାରୁ
/sambad/media/post_attachments/wp-content/uploads/2018/01/aaa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)