ଭୁବନେଶ୍ବର: ଯୁକ୍ତ ୨ ବିଜ୍ଞାନରେ ମେଣ୍ଢାଶାଳସ୍ଥିତ ଗିରିଙ୍ଗାପୁଟ ସରସ୍ବତୀ ଜ୍ଞାନମନ୍ଦିର ଶତପ୍ରତିଶତ ସଫଳତା ହାସଲ କରିଛି। ମୋଟ ୬୦ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ୫୩ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୬ଜଣ ଦ୍ବିତୀୟ ଓ ଜଣେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଛାତ୍ରୀ ଶ୍ବେତାଲିନା ସାହୁ ସର୍ବାଧିକ ୫୪୯ ନମ୍ବର ରଖି ସ୍କୁଲ ଟପର୍ ହୋଇଛନ୍ତି। ତାଙ୍କ ପଛକୁ ଛାତ୍ର ପୁଷ୍ପରାଜ ପଶ୍ଚିମକବାଟ ୫୪୫ ନମ୍ବର ଓ ଛାତ୍ରୀ ବିଶ୍ବବନ୍ଦିତା ରଥଶର୍ମା ୫୪୧ ନମ୍ବର ରଖି ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ୩ ବିଦ୍ୟାର୍ଥୀ ୯୦ ପ୍ରତିଶତରୁ ଊର୍ଧ୍ବ ମାର୍କ ରଖିଥିବାରୁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ସେମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/34.jpg)