ଚନ୍ଦ୍ରଶେଖରପୁର: ବାତ୍ୟା ଫନିରେ ଅନ୍ୟମାନଙ୍କୁ ବଞ୍ଚାଇବାକୁ ଯାଇ ନିଜ ଗୋଡ଼ ହରାଇଥିବା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ତଳଜଙ୍ଗ ପଞ୍ଚାୟତ ନଇକୂଳ ସାହିର ଲକ୍ଷ୍ମୀଧର ଜେନା ଭୁବନେଶ୍ବର କଳିଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଲକ୍ଷ୍ମୀଧରଙ୍କୁ ଏଭଳି ସମୟରେ ସହାୟତାର ହାତ ବଢ଼ାଇଛନ୍ତି ସାଂସଦ ତଥା କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ। ସେ ଆଜି ଲକ୍ଷ୍ମୀଧରଙ୍କୁ ହସ୍ପିଟାଲ୍ରେ ଭେଟି ନିଜ ଦରମାରୁ ୨ଲକ୍ଷ ଟଙ୍କାରଏକ ଚେକ୍ ପ୍ରଦାନ କରିଛନ୍ତି। ଲକ୍ଷ୍ମୀଧରଙ୍କ ସମ୍ପର୍କରେ ଖବର ପ୍ରକାଶ ପରେ ସେ ସୂଚନା ପାଇ ହସ୍ପିଟାଲରେ ପହଞ୍ଚି ତାଙ୍କୁ ସାକ୍ଷାତ୍ କରିଥିଲେ। ବାତ୍ୟା ବେଳେ ନିଜ ଗ୍ରାମର କିଛି ପଶୁ ଓ ଜଣେ ମହିଳାଙ୍କୁ ଉଦ୍ଧାର କରିବା ବେଳେ ଏକ ନଡ଼ିଆ ବାହୁଙ୍ଗା ତାଙ୍କ ଗୋଡ଼ ଉପରେ ପଡ଼ିଯାଇଥିଲା। ଫଳରେ ତାଙ୍କ ଡ଼ାହାଣ ଗୋଡ଼ ଆଣ୍ଠୁଠାରୁ ଅଲଗା ହୋଇଯାଇଥିଲା। ତାଙ୍କୁ ପ୍ରଥମେ ପୁରୀ ସଦର ହସ୍ପିଟାଲ ଓ ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଲକ୍ଷ୍ମୀଧରଙ୍କୁ କୌଣସି ସୂତ୍ରରୁ ଚିକିତ୍ସା ସହାୟତା ଅଥର୍ ନ ମିଳିଲେ ସେ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି।
ଫନିରେ ସେବାକରି ଗୋଡ଼ ହରାଇଲେ ଲକ୍ଷ୍ମୀଧର, ସହାୟତାର ହାତ ବଢ଼ାଇଲେ ସାଂସଦ ଅଚ୍ୟୁତ ସାମନ୍ତ
/sambad/media/post_attachments/wp-content/uploads/2019/05/Untitled-15-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)