ଚନ୍ଦ୍ରଶେଖରପୁର : କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଭାରତୀୟ ଅର୍ଥନୀତି ସଂଘ ପକ୍ଷରୁ ସମ୍ମାନଜନକ କୌଟିଲ୍ୟ ସମ୍ମାନ ପ୍ରଦାନ କରାଯାଇଛି। ବୁଧବାର ଆନ୍ଧ୍ରପ୍ରଦେଶର ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ଭାରତୀୟ ଅର୍ଥନୀତି ସଂଘ (ଆଇଇଏ)ର ଶତବାର୍ଷିକୀ ପାଳନ ଅବସରରେ ବାଂଲାଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ନୋବେଲ ବିଜେତା ପ୍ରଫେସର୍ ମହମ୍ମଦ ୟୁନୁସ୍ଙ୍କଠାରୁ ଶ୍ରୀ ସାମନ୍ତଙ୍କ ଅନୁପସ୍ଥିତିରେ ତାଙ୍କ ପ୍ରତିନିଧି ଏହି ସମ୍ମାନ ଗ୍ରହଣ କରିଥିଲେ। ଆଇଇଏର ଶତବାର୍ଷିକୀ ବର୍ଷରେ ଏଭଳି ସମ୍ମାନ ପ୍ରଥମଥର ଲାଗି ପ୍ରଦାନ କରାଯାଇଛି। କିସ୍ର ସଫଳ ଆର୍ଥିକ ମଡେଲକୁ ସ୍ୱୀକୃତି ପ୍ରଦାନ କରି ଏହି ସମ୍ମାନ ପ୍ରଦାନ କରାଯାଇଥିବା ପ୍ରକାଶ।
ଅଚ୍ୟୁତ ସାମନ୍ତଙ୍କୁ କୌଟିଲ୍ୟ ସମ୍ମାନ
/sambad/media/post_attachments/wp-content/uploads/2017/12/samanta.jpg)