ଭୁବନେଶ୍ବର: ଏସିଡ୍ ମାଡ଼ ହେଉଥିବା ମହିଳାମାନେ ବର୍ଷ ବର୍ଷ ଧରି ଯନ୍ତ୍ରଣା ଭୋଗି ଆସୁଛନ୍ତି। କିନ୍ତୁ ଏହାର ଉପଚାର ଠିକ୍ ଭାବେ ହୋଇପାରୁନାହିଁ। ଏମିତିକି ସଙ୍ଗେ ସଙ୍ଗେ କୌଣସି ଏସିଡ୍ ପୀଡ଼ିତାକୁ ଚିକିତ୍ସା ଦିଆଯାଇ ପାରୁନାହିଁ। ବହୁ ପୀଡ଼ିତା ଏଥିରେ ପ୍ରାଣ ହରାଉଥିବା ବେଳେ ଅଧିକାଂଶଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ବର୍ଷ ବର୍ଷ ଲାଗି ଯାଉଛି। ଏମିତିକି ଓଡ଼ିଶାରେ କେବଳ ଏସ୍ସିବି ମେଡିକାଲରେ ହିଁ ବର୍ଣ୍ଣ ୟୁନିଟ୍ ରହିଥିବା ବେଳେ ଅନ୍ୟ କୌଣସି ଡାକ୍ତଖାନାରେ ଏହି ସୁବିଧା ନାହିଁ। ପୁଣି ରାଜ୍ୟର ଯେକୌଣସି ସ୍ଥାନରୁ ଏସ୍ସିବି ଆସିବା ସମୟସାପେକ୍ଷ। ତେଣୁ ପୀଡ଼ିତାଙ୍କ କ୍ଷତର ପରିମାଣ ବହୁ ପରିମାଣରେ ବଢ଼ିଯାଏ। ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ବର୍ଣ୍ଣ ୟୁନିଟ୍ ଖୋଲି ଏସିଡ୍ ପୀଡ଼ିତାଙ୍କୁ ତତ୍କ୍ଷଣାତ୍ ଚିକିତ୍ସା ଯୋଗାଇ ପାରିଲେ, ସେମାନେ ଉପକୃତ ହୁଅନ୍ତେ। ତେଣୁ ରାଜ୍ୟର ୮ଟି ଡାକ୍ତରଖାନାରେ ବର୍ଣ୍ଣ ୟୁନିଟ୍ ଖୋଲିବା ପାଇଁ ‘ଏସିଡ୍ ସର୍ଭାଇଭର୍ସ ଆଣ୍ଡ୍ ଓମେନ୍ ୱେଲଫେୟାର୍ ଫାଉଣ୍ଡେସନ୍’ର ଓଡ଼ିଶା ଚାପ୍ଟର ପ୍ରତିନିଧି ଟି.ଏନ୍ ପଣ୍ଡା ଦାବି କରିଛନ୍ତି। ରାଜ୍ୟ ଅଭିଲେଖାଗାଠାରେ ଫାଉଣ୍ଡେସନ୍ ପକ୍ଷରୁ ଆଜି ଅନୁଷ୍ଠିତ ଏହାର ପ୍ରଥମ ବାର୍ଷିକ ଉତ୍ସବରେ ଶ୍ରୀ ପଣ୍ଡା ସଭାପତିତ୍ବ କରି କୋରାପୁଟ, ବଲାଙ୍ଗୀର, ଭବାନୀପାଟଣା, ବାରିପଦା, ପୁରୀ, କେନ୍ଦ୍ରାପଡ଼ା ସମେତ ବୁର୍ଲା ଓ ବ୍ରହ୍ମପୁର ଡାକ୍ତରଖାନାରେ ବର୍ଣ୍ଣ ୟୁନିଟ୍ ଖୋଲାଯିବାକୁ ସରକାରଙ୍କ ନିକଟରେ ଦାବି ରଖିଥିବା ବେଳେ ଫାଉଣ୍ଡେସନ୍ର ସମସ୍ତ ସଦସ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟ ମହିଳା କମିସନ୍ର ସଦସ୍ୟ ସ୍ନେହାଞ୍ଜଳି ମହାନ୍ତି ଯୋଗଦେଇ କହିଲେ, ଆଜିକାଲି ଯେତେ ପ୍ରକାର କଟକଣା କିମ୍ବା ଆଇନ୍ କରାଗଲେ ମଧ୍ୟ ଏସିଡ୍ ଆକ୍ରମଣ କମିବାର ନାଁ ଧରୁନାହିଁ। ଏହାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରୁ ଏସିଡ୍ ପୀଡ଼ିତାଙ୍କୁ ଦିବ୍ୟାଙ୍ଗର ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ସମ୍ମାନିତ ଅତିଥି ଭାବେ ଏସ୍ସିବିର ଡାକ୍ତର ଏ.କେ ଚୌଧୁରୀ ଯୋଗ ଦେଇ ପୀଡ଼ିତାଙ୍କ ସମସ୍ତ ଔଷଧୀୟ ଉପଚାର ବିଷୟରେ କହିଥିଲେ। ଆର୍.କେ ବିଶୋଇ ସ୍ବାଗତ ଭାଷଣ ଦେଇଥିବା ବେଳେ ସମାଜସେବୀ ଲିଙ୍କନ ସୁବିଦ୍ଧି ବିବରଣୀ ପାଠ କରିଥିଲେ। ନମ୍ରତା ଚଢ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନାମିକା ଦାସ, ଏ.କେ ଚୌଧୁରୀ ଓ ରୀତା ବର୍ମା ପ୍ରମୁଖ ସହଯୋଗ କରିଥିଲେ। ସୁଧା ସୁନ୍ଦର ରଞ୍ଜନ ଧନ୍ୟବାଦ ଦେଇଥିଲେ।
ଏଏସ୍ଡବ୍ଲ୍ୟୁଡବ୍ଲ୍ୟୁଏଫ୍ର ପ୍ରଥମ ବାର୍ଷିକ ଉତ୍ସବ
୮ଟି ଜାଗାରେ ବର୍ଣ୍ଣ ୟୁନିଟ୍ ଖୋଲିବାକୁ ଦାବି
/sambad/media/post_attachments/wp-content/uploads/2018/10/ACID-survivors-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)