ଖୋଲିବ ‘ଆକ୍ରକ୍ସ ନଲେଜ ସେଣ୍ଟର୍‌’ର ‘ସ୍କୁଲ୍‌ ଅଫ୍‌ ଭୋକେସ୍‌ନାଲ୍‌ ଏଜୁକେସନ୍‌’, ଜୁଲାଇରୁ ନାମଲେଖା ଆରମ୍ଭ

ଭୁବନେଶ୍ୱର : ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସ୍‌ (ଟିଆଇଏସ୍‌ଏସ୍‌) ସହଯୋଗରେ ‘ଆକ୍ରକ୍ସ ନଲେଜ ସେଣ୍ଟର୍‌’ ପକ୍ଷରୁ ‘ସ୍କୁଲ୍‌ ଅଫ୍‌ ଭୋକେସ୍‌ନାଲ୍‌ ଏଜୁକେସନ୍‌’ ଖୋଲିବାକୁ ଯାଉଛି। ଏଥିରେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପ୍ରଶିକ୍ଷଣ ଦିଆଯିବା ସହ ପେସାଦାର ମାନବ ସମ୍ବଳ ଚାହିଦା ପୂରଣରେ ଏହା ସାହାଯ୍ୟ କରିବ। ପ୍ରଥମ ଥର ପାଇଁ ଓଡ଼ିଶାରେ ଖୋଲିଥିବା ଏଭଳି ଏକ ଶିକ୍ଷାନୁଷ୍ଠାନରେ ପେସେଣ୍ଟ୍‌ କେୟାର୍‌ ମ୍ୟାନେଜ୍‌ମେଣ୍ଟ୍‌, ମେଡିକାଲ୍‌ ଲ୍ୟାବ୍‌ ଟେକ୍ନୋଲୋଜି, ଏକ୍ସ-ରେ ଓ ଅଲ୍‌ଟ୍ରା ସାଉଣ୍ଡ୍‌ ଆସିଷ୍ଟାନ୍ସ ଆଦି ଧନ୍ଦାମୂଳକ ଶିକ୍ଷାରେ ସ୍ନାତକ  ଓ ଡିପ୍ଲୋମା କୋର୍ସ ଯୋଗାଇ ଦିଆଯିବ। ଏନେଇ ଆସନ୍ତା ଜୁଲାଇରୁ ନାମଲେଖା ଆରମ୍ଭ ହେବ ବୋଲି ଆଇଆର୍‌ସି ଭିଲେଜ୍‌ସ୍ଥିତ ‘ଆକ୍ରକ୍ସ ନଲେଜ ସେଣ୍ଟର୍‌’ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେଣ୍ଟର୍‌ର ନିର୍ଦ୍ଦେଶିକା ମନସ୍ୱିନୀ ସ୍ୱାଇଁ ସୂଚନା ଦେଇଛନ୍ତି।

ସ୍ୱାସ୍ଥ୍ୟସେବାରେ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବା ପାଇଁ ସେମାନଙ୍କୁ ୪୦% କ୍ଲାସ୍‌ରୁମ୍‌ ଶିକ୍ଷା ଓ ୬୦% ପ୍ରାକ୍ଟିକାଲ୍‌ ଶିକ୍ଷା ଦିଆଯିବ। ଏଥିପାଇଁ ସହରର ପ୍ରତିଷ୍ଠିତ ହସ୍‌ପିଟାଲ୍‌ରେ ପ୍ରବୀଣ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟ କରିବାକୁ ସେଣ୍ଟର୍‌ ଯୋଗାଯୋଗ କରିଛି ବୋଲି କହିଛନ୍ତି ସମ୍ମିଳନୀରେ ଉପସ୍ଥିତ ଟିଆଇଏସ୍‌ଏସ୍‌ର ପ୍ରଫେସର ମେଧା ସୋମେୟା କହିଛନ୍ତି। ତେବେ ପ୍ରତି ବ୍ୟାଚ୍‌ରେ ୩୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇପାରିବେ ଓ ବର୍ଷକୁ ୪୦-୫୦ ହଜାର ଟଙ୍କା କୋର୍ସ ଫି’ ରହିଛି ବୋଲି ସେଣ୍ଟର୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର