ହିଂସା ମାନବୀୟ ଉର୍ଜାର ଅବକ୍ଷୟର କାରଣ

ଭୁବନେଶ୍ୱର: ଜୟ କିରଣ ଟ୍ରଷ୍ଟ, ପୂଜ୍ୟ ପୂଜା ପ୍ରତିଭା ପରିଷଦ, ଅକ୍ଷର ଓ ବିନୋବା ସେବା ପ୍ରତିଷ୍ଠାନର ମିଳିତ ଆନୁକୂଲ୍ୟରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୬ତମ ଜୟନ୍ତୀ ଆଜି ସ୍ଥାନୀୟ ଇଡ୍‌କଲ୍‌ ଅଡିଟୋରିୟମ୍‌ଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ‘ଅହିଂସା ଓ ସହିଷ୍ଣୁତା’ ଶୀର୍ଷକ ଏକ ସ୍ମାରକୀ ବକ୍ତତାର ଆୟୋଜନ କରାଯାଇଥିଲା। ଗୋଟିଏ ହିଂସା ଅନ୍ୟ ଏକ ହିଂସାକାଣ୍ଡର ଜନ୍ମଦାତା ହୋଇଥାଏ। ହିଂସା ଦ୍ୱାରା ମାନବୀୟ ଉର୍ଜାର ଅବକ୍ଷୟ ହେବା ସହ ଆମକୁ ଅନେକ କିଛି ହରାଇବାକୁ ପଡ଼ିଥାଏ। ଏହା କୌଣସି ସଂଘର୍ଷକୁ ବ୍ୟାପକ କରିବା ବଦଳରେ ସୀମିତ କରିଦିଏ। ଏଣୁ ଅହିଂସା ହିଁ ବିଜୟ ପାଇବାର ବଳିଷ୍ଠ ମାଧ୍ୟମ ବୋଲି ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଅପୂର୍ବର୍ାନନ୍ଦ କହିଛନ୍ତି।

କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଜୟ କିରଣ ଟ୍ରଷ୍ଟର ସଭାପତି ଶାଶ୍ୱତୀ ବଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସଂପାଦିକା ସୁମିତ୍ରା ଜେନା ଟ୍ରଷ୍ଟର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅମୀୟ ପାଣ୍ଡବ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ପଦ୍ମାକର ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର