ନିୟମ ନ ମାନିଲେ ସିଲ୍‌ ହେବ, ୧୪ ସଂସ୍ଥାକୁ ନୋଟିସ୍‌ କରିଛି ବିଡିଏ

ଭୁବନେଶ୍ବର: ବେଆଇନ ପାର୍କିଂ ଫି’ ବନ୍ଦ କରିବା ପାଇଁ ବିଡିଏ ବର୍ତ୍ତମାନ ସୁଦ୍ଧା ୧୪ଟି ସଂସ୍ଥାକୁ ନୋଟିସ୍‌ କରିଛି। ‌ଏହି ନୋଟିସ୍ ସପିଂ ମଲ୍‌ ଓ ହସ୍ପିଟାଲଗୁଡ଼ିକୁ ହୋଇଛି। ଏଥିରେ ରୁଦ୍ରପୁରସ୍ଥିତ ସିମ୍ଫୋନି ମଲ୍‌, ମଧୁସୂଦନନଗର ସ୍ଥିତ ଦି ୱାର୍ଲଡ ମଲ୍‌, ଖାରବେଳ ନଗରର ଫୋରମ୍ ମାର୍ଟ, ପଟିଆ ବିଗ୍‌ ବଜାର ଓ ପାଣ୍ଟାଲୁନ୍‌ସ ମାରୁତି ଇଷ୍ଟେଟ୍ ପ୍ରାଇଭେଟ୍‌ ଲିମିଟେଡକୁ, ପାହାଳର ପାଲ୍‌ ମନ୍ତ୍ରା, ସହିଦନଗରରେ ପାଣ୍ଟାଲୁନ୍ସ ପାଇଁ ସୁରଚି କଣ୍ଟିନେଣ୍ଟ‌ାଲ ପ୍ରାଇଭେଟ ଲିମିଟେଡ, ବିଏମ୍‌ସି ଭବାନୀ ମଲ୍‌ ପାଇଁ ଭବାନୀ କନଷ୍ଟ୍ରକସନ୍‌ସ ପ୍ରାଇଭେଟ ଲିମିଟେଡ, ଏସ୍‌ପ୍ଲାନେଡ୍‌ ୱାନ୍ ମଲ୍‌ ପାଇଁ ସଫାରି ରିଟ୍ରିଟ୍‌ସ ପ୍ରାଇଭେଟ ଲିମିଟେଡକୁ, ଡିଏନ୍ ରେଗାଲିଆ ପାଇଁ ଲାଇଫ୍ ଲାଇନ୍ ମଲ୍ଟିଭେଞ୍ଚର ପ୍ରାଇଭେଟ ଲିମିଟେଡ, ସେଣ୍ଟ୍ରାଲ ମଲ୍‌ ପାଇଁ ଲାଲଚାନ୍ଦ ବିଲଡର୍ସ ପ୍ରାଇଭେଟ ଲିମିଟେଡ, ଆପୋଲୋ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ ଏବଂ କେୟାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍ କରାଯାଇଛି।

ଏହି ସଂସ୍ଥାଗୁଡ଼ିକୁ ମାଗଣା ପାର୍କିଂ ସୁବିଧା ଯୋଗାଇବା ସହ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା କରି ୭ଦିନ ମଧ୍ୟରେ ଜଣାଇବାକୁ କୁହାଯାଇଛି। ଯଦି ଏହି ସମୟରେ ବେଆଇନ୍ ପାର୍କିଂ ଆଦାୟ ବନ୍ଦ ନହୁଏ ତେବେ ବିଡିଏ ପ୍ଲାନ୍ ଖାରଜ କରିଦେବା ସହ ମଲ୍‌/ହସ୍ପିଟାଲକୁ ସିଲ୍‌ କରିବାକୁ ପଦକ୍ଷେପ ନିଆଯିବ। ଅକ୍ଟୋବର ୧୮ ଓ ୧୯ରେ ଏହି ନୋଟିସ୍ ହୋଇଥିବାବେଳେ ଦୁଇ ଦିନ ଭିତରେ କିଛି ସଂସ୍ଥାକୁ ନୋଟିସ୍ କରିବାକୁ ଯୋଜନା ହୋଇଛି।

ସମ୍ବନ୍ଧିତ ଖବର