ଭୁବନେଶ୍ୱର: ଜାତୀୟ ରାଜପଥ ୨୦୩ର ସପ୍ତଶତୀ ମନ୍ଦିରରୁ ଦୟା ବ୍ରିଜ୍ ପର୍ଯ୍ୟନ୍ତ ଲମ୍ବିଥିବା ପୁରୀ ବାଇପାସ୍ରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଏ, ବିଏମ୍ସି, କମିସନରେଟ୍ ପୁଲିସ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ନେଇ ଗଠିତ କେନ୍ଦ୍ରୀୟ ଉଚ୍ଛେଦ ପରିଚାଳନା କମିଟି (ସିଇଏମ୍ସି) ଆଜି ସପ୍ତଶତୀ ମନ୍ଦିରରୁ ଝାରପଡ଼ା ଛକ (ମଙ୍ଗରାଜ ପଏଣ୍ଟ) ମଧ୍ୟରେ ଗଢ଼ି ଉଠିଥିବା ପ୍ରାୟ ୧୦୮ଟି ନିର୍ମାଣକୁ ଉଚ୍ଛେଦ କରିଛନ୍ତି। ଏଥିରେ ୩୦ଟି କ୍ୟାବିନ୍, ୩୬ଟି ବାଉଁଶ ପଲିଥିନ୍ ଝୁମ୍ପୁଡ଼ି, ୪୨ଟି ହୋର୍ଡିଂକୁ ଉଚ୍ଛେଦ କରାଯାଇଛି। ରଥଯାତ୍ରା ସମୟରେ ଏହି ରାସ୍ତାରେ ଭିଡ଼କୁ ନଜରରେ ରଖି ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏହି ଉଚ୍ଛେଦ କରିଛନ୍ତି। ପ୍ରାୟ ୨କିମି ପର୍ଯ୍ୟନ୍ତ ରାସ୍ତାରୁ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ସିଇଏମ୍ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ତିନିଟି ପର୍ଯ୍ୟାୟରେ ପୁରୀ ବାଇପାସ୍ରୁ ଉଚ୍ଛେଦ ହେବ। ଆଜି ମଞ୍ଚେଶ୍ୱର ଥାନା ଅଧୀନରେ ଥିବା ଅଞ୍ଚଳରେ ଉଚ୍ଛେଦ ହୋଇଥିବାବେଳେ ଗୁରୁବାର ସହିଦନଗର ଓ ଲକ୍ଷ୍ମୀସାଗର ଥାନା ଅଧୀନରେ ଆସୁଥିବା ଅଞ୍ଚଳରେ ଉଚ୍ଛେଦ ହେବ। ଏହାପରେ ଧଉଳି ଥାନା ଅଧୀନରେ ଥିବା ଅଞ୍ଚଳରେ ଉଚ୍ଛେଦ ହେବ। ପୁରୀ ବାଇପାସ୍କୁ ଜବରଦଖଲକାରୀଙ୍କ କବ୍ଜାରୁ ମୁକ୍ତ କରାଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।
ପୁରୀ ବାଇପାସ୍ରୁ ଜବରଦଖଲ ଉଚ୍ଛେଦ
ପ୍ରଥମ ଦିନରେ ଭଙ୍ଗା ହେଲା ୧୦୮ଟି ଅସ୍ଥାୟୀ ନିର୍ମାଣ
/sambad/media/post_attachments/wp-content/uploads/2018/07/jabardakhal-uchhed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)