ରାଜଧାନୀରେ ସକ୍ରିୟ ସେକ୍ସ ର‍୍ୟାକେଟ୍‌ : ମଙ୍ଗ ଧରିଛନ୍ତି ୨୦ ଦଲାଲ୍, କୋଲକାତାରୁ କଣ୍ଟ୍ରୋଲ କରୁଛି ସୁନୀଲ ମେହେର

ଭୁବନେଶ୍ବର : ପୁଲିସ ପାଉନି ରାଜଧାନୀରେ ଚାଲିଥିବା ‌ଦେହବଜାରର ଚେର। କିନ୍ତୁ କୋଲକାତାରେ ରହି କିଙ୍ଗ୍‌ପିନ୍‌ ସୁନୀଲ ମେହେର ଭୁବନେଶ୍ବରରେ ଚଳାଇଛି ଏହି କାରବାର। ସୁନୀଲର ୨୦ ଦଲାଲ୍‌ ଭୁବନେଶ୍ବରରେ ଦେହ ବଜାର ମଙ୍ଗ ଧରିଛନ୍ତି। ଏମିତି କାଇଦାରେ ଚାଲିଛି ଯେ ପୁଲିସ ଟେର୍‌ ପାଉନି। କିନ୍ତୁ ଏସ୍‌ଟିଏଫ୍ ପୁରୁଣା ଭୁବନେଶ୍ବରରୁ ଠାବ କରିବାରେ ସଫଳ ହୋଇଛି।

୨୦୧୪ରୁ ୨୦୧୯। ଏହି ୬ ବର୍ଷରେ ରାଜଧାନୀରେ ୭୭ ସେକ୍ସ ରାକେଟ୍ ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ ୨୫୪ଜଣ ଗିରଫ ହୋଇଛନ୍ତି ଏବଂ ୨୦୭ଜଣ ଉଦ୍ଧାର ହୋଇଛନ୍ତି। ସେକ୍ସ ରାକେଟରେ ଲିପ୍ତ ଥିବା ଘଟଣାରେ ଥାଇଲାଣ୍ଡ, ଋଷୀୟ ଯୁବତୀ ମଧ୍ୟ ଉଦ୍ଧାର ହୋଇଛନ୍ତି। କିନ୍ତୁ ଏମିତି କ’ଣ ହେଲା କେଜାଣି, ୨୦୨୦(ଆଜି ସୁଦ୍ଧା)ରେ ଗୋଟିଏ ବି ସେକ୍ସ ରାକେଟ୍ କମିସନରେଟ ପୁଲିସ ହାତରେ ଧରାପଡ଼ିଲା ନାହିଁ। ଏ କଥା ଆମେ କହୁନୁ, ବରଂ ନିଜେ କମିସନରେଟ୍‌ ପୁଲିସ୍‌ ଏଭଳି ତଥ୍ୟ ଦେଇଛି। ଗତବର୍ଷ ଜାନୁଆରିରେ କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ଚଢ଼ଉ କରି ଏକ ବଡ଼ଧରଣର ସେକ୍ସ ରାକେଟ୍ ଧରିଥିଲା। ଏହି ରାକେଟରେ ପ୍ରଥମେ ୬ଜଣ ବାଂଲାଦେଶୀ ଓ ପରେ ଅନ୍ୟ ୧୭ଜଣ ଦେହଜୀବୀ ଉଦ୍ଧାର ହେବା ସହ ୪ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା। ଏହି ତଥ୍ୟ ପରେ ଗୋଟିଏ ପ୍ରଶ୍ନ ସାଧାରଣରେ ସୃଷ୍ଟି ହୋଇଛି। ଭୁବନେଶ୍ବରରେ ଆଉ କ’ଣ ସେକ୍ସ ରାକେଟ୍ ଚାଲୁନି ନା ପୁଲିସ୍‌ ଧରିପାରୁନି? ଏ ନେଇ ‘ସମ୍ବାଦ’ ଅନୁସନ୍ଧାନରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି। ଗତବର୍ଷ ଲକ୍‌ଡାଉନରେ ସାମୟିକ ଭାବେ ବନ୍ଦ ରହିଥିଲା ବେପାର। କିନ୍ତୁ ଏହା ପରେ ସାରା ରାଜଧାନୀରେ ଦେହ ବେପାର ମାଡ଼ି ଯାଇଛି। ୨୦ରୁ ଅଧିକ ଦଲାଲ୍‌ ସେକ୍ସ ବଜାରରେ ସକ୍ରିୟ ରହିଛନ୍ତି। ଏହାକୁ ନେଇ ପୁଲିସ କାର୍ଯ୍ୟଦକ୍ଷତା ଓ ଭୂମିକା ଉପରେ ସନ୍ଦେହ ସୃଷ୍ଟି ହେଉଛି।

Asianet News Hindi

ସ୍ପା’ରେ ଚାଲିଛି ବେଧଡ଼କ ବେପାର
କେତେକ ସ୍ପା’ରେ ଏବେ ବେଧଡ଼କ ବେପାର ଚାଲୁଛି। ଦଲାଲ ଯୋଗାଯୋଗ କରିବା ପରେ ସେଠାରେ ଗ୍ରାହକ ପହଞ୍ଚି ଯାଉଛନ୍ତି। ଖାଲି ସ୍ପା’ ନୁହେଁ, ଲଜ୍, ଭଡ଼ା ଘରେ ମଧ୍ୟ ଚାଲିଛି ଦେହ ବେପାର। ପୂର୍ବ ଅପେକ୍ଷା ବେପାର ତରିକାରେ ଅନେକ ପରିବର୍ତ୍ତନ ହୋଇଛି। ଯେଭଳି ଗୋଟିଏ ଜାଗାରେ ୫ରୁ ୧୦ ଦେହଜୀବୀ ରହୁଥି‌ଲେ, ଏବେ ସେମିତି ଚାଲୁନି। ସନ୍ଦେହ ନହେବା ପାଇଁ ଗୋଟିଏ ଘରେ ଦୁଇ କିମ୍ବା ତିନିଜଣ ଦେହଜୀବୀ ରହୁଛନ୍ତି। ଲଜ୍‌ରେ ଦେହଜୀବୀ ରୁମ୍ ବୁକ୍ କରୁଛନ୍ତି। ସେଠାକୁ ଗ୍ରାହକ ଯାଉଛନ୍ତି। ଦେହ ବେପାର ଚାଲିବା ନେଇ ପୁଲିସ ପାଖରେ କେତେକ ଅଭିଯୋଗ ମଧ୍ୟ ପହଞ୍ଚିଛି। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ୱେବ୍‌ସାଇଟ୍‌ରେ ଖୁଲମ୍‌ଖୁଲା
‌‌‌ସେକ୍ସ କାରବାର ପାଇଁ ଏବେ ପ୍ରଥମ ପସନ୍ଦ ପାଲଟିଛି ଅନଲାଇନ୍। ଅନ୍‌ଲାଇନ୍‌କୁ ଆଧାର କରି ଗ୍ରାହକ ଯୋଗାଡ଼ କରୁଛନ୍ତି ଦେହଜୀବୀ। ଦଲାଲଙ୍କ ନମ୍ବର ମଧ୍ୟ ରହିଛି ୱେବ୍‌ସାଇଟ୍‌ରେ। ଦଲାଲଙ୍କ ସହ ଗ୍ରାହକ ଯୋଗାଯୋଗ କରିବା ପରେ ହ୍ବାଟ୍‌ସଆପ୍‌ରେ ଦେହଜୀବୀଙ୍କ ଫଟୋ ଆସିଯାଏ। ଗ୍ରାହକ ଜଣଙ୍କୁ ପସନ୍ଦ କରିବା ପରେ ଦାମ୍, ଜାଗା, ସମୟ ଫାଇନାଲ୍ ହୁଏ। ନିର୍ଦ୍ଧାରିତ ଜାଗାରେ ପହଞ୍ଚି ଯାଆନ୍ତି ଗ୍ରାହକ। ସେଠାରେ ଦେବଜୀବୀ ପ୍ରସ୍ତୁତ ହୋଇ ରହିଥା’ନ୍ତି। ଗତ କିଛି ଦିନ ତଳେ ଦଲାଲର ଏକ ଅଡିଓ କ୍ଲିପ୍‌ ମଧ୍ୟ ଭାଇରାଲ୍‌ ହୋଇଥିଲା। କିନ୍ତୁ ପୁଲିସ୍‌ ସେ ଦିଗରେ ଧ୍ୟାନ ଦେଇନଥିଲା।

Chandigarh Metro

ପୁଲିସ ସ୍ପାଏ ପାଲଟିଛି କୁଖ୍ୟାତ ଦଲାଲ୍
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସାରା ରାଜଧାନୀରେ ଦେହ ଦଲାଲ୍ ସକ୍ରିୟ ରହିଛନ୍ତି। କ୍ୟାପିଟାଲ ଥାନାଠାରୁ ଆରମ୍ଭ କରି ନନ୍ଦନକାନନ, ତମାଣ୍ଡୋଠାରୁ ଆରମ୍ଭ କରି ବାଲିଅନ୍ତା; ଏମିତି କେଉଁ ଥାନା ନାହିଁ, ଯେଉଁଠି ସେକ୍ସ ରାକେଟ୍ ଚାଲୁ ନାହିଁ। ଭଡ଼ା ଘର, ଲଜ୍, ସ୍ପା, ପାର୍ଲର ସବୁଠି ସେକ୍ସ ରାକେଟରେ ଜାଲ ବିଛାଯାଇଛି। ୨୦ରୁ ଅଧିକ ଦଲାଲ୍ ସକ୍ରିୟ ରହି ସେମାନଙ୍କ ଅପରେସନ୍ ଚଳାଉଛନ୍ତି। ଏକାଧିକ ମାମଲାରେ ଜଡ଼ିତ ଥିବା ଜଣେ କୁଖ୍ୟାତ ଦଲାଲ୍ ଭୁବନେଶ୍ବରର ସବୁଠୁ ବଡ଼ ରାକେଟ୍ ଚଲାଇଛି। ଦଲାଲର ଘର ଶିରିପୁର ଅଞ୍ଚଳ‌‌‌ରେ। ତା’ ନାଁରେ କ୍ୟାପିଟାଲ ଥାନାରେ ଚୋରି ମାମଲା, ଖଣ୍ଡଗିରିରେ ହତ୍ୟା ଉଦ୍ୟମ, ଖାରବେଳନଗରରେ ଗୁଳିକାଣ୍ଡ ସମେତ ୪ଟି ମାମଲା ରହିଛି। ଗତବର୍ଷ ସେକ୍ସ ରାକେଟ୍ ମାମଲାରେ ଗିରଫ ମଧ୍ୟ ହୋଇଥିଲ। ତା’ ବିରୋଧରେ କମିସନରେଟ ପୁଲିସ୍‌ ଦଫା-୧୧୦ ମଧ୍ୟ ଲଗାଇଛି। ସେ ଏବେ ଦୁଇଟି ସ୍ବତନ୍ତ୍ର ସଂସ୍ଥାର ସ୍ପାଏ(ସୂଚନାଦାତା)। ତାହାକୁ ଆଧାର କରି ପାଲଟି ଯାଇଛି କୁଖ୍ୟାତ ଦଲାଲ୍। ଖଣ୍ଡଗିରି, କ୍ୟାପିଟାଲ, ଲକ୍ଷ୍ମୀସାଗର, ବଡ଼ଗଡ଼, ଖାରବେଳନଗର ଆଦି ବିଭିନ୍ନ ଥାନା ଅଞ୍ଚଳରେ ସେକ୍ସ କାରବାର ଜାରି ରଖିଛି। ଲକ୍‌ଡାଉନ୍ ପରେ ଦେହବେପାର ଆହୁରି ବଢ଼ି ଯାଇଛି। ପଶ୍ଚିମବଙ୍ଗ, ବାଂଲାଦେଶରୁ ଦେହଜୀବୀ ଆଣି ଏଠାରେ ରାକେଟ ଚଳାଇଛି। କିନ୍ତୁ ପୁଲିସ ପାଇଁ ଏବେ ସେ ଅପହଞ୍ଚ ହୋଇ ପଡ଼ିଛି। କାହିଁକି ପୁଲିସ ତାକୁ ଗିରଫ କରିପାରୁ ନାହିଁ? ଧରା ନ ପଡ଼ିବା ପଛରେ ଉଦ୍ଦେଶ୍ୟ କ’ଣ? କେବଳ ସେ ଏକା ନୁହେଁ, ଏକାଧିକ ସକ୍ରିୟ ରହିଛନ୍ତି। କୁଖ୍ୟାତ ଦେହ ଦଲାଲ୍ ସୁନୀଲ ମେହେର ରାଜ୍ୟ ବାହାରେ ରହି ଏବେ ବି ସକ୍ରିୟ ଅଛି। ଖବର ଅନୁସାରେ, ସେ କୋଲକାତା, ଉତ୍ତର-ପୂର୍ବ ଏବଂ ଦିଲ୍ଲୀର ରହୁଛି। ଅଧିକାଂଶ ସମୟ କୋଲକାତାରେ ରହୁଛି। ତାର ଜଣେ ମହିଳା ସହଯୋଗୀ ଭୁବନେଶ୍ବରରେ ରହି କାରବାର ବୁଝୁଛି। ସେ ସେଠାରୁ ରହି କାରବାରକୁ କଣ୍ଟ୍ରୋଲ କରୁଛି। ବିଶେଷକରି ଅନଲାଇନ୍ ଓ ହ୍ବାଟସଆପରେ ରାକେଟ୍ ଅପରେଟ୍ କରୁଛି ସୁନୀଲ।

ସମ୍ବନ୍ଧିତ ଖବର