ହାସ୍ୟ ଅଭିନେତା ପପୁ ଅସୁସ୍ଥ

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଆଜି ସୁଟିଂ ସେଟ୍‌ରୁ ଫେରିବା ସମୟରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପପୁଙ୍କ ସହଯୋଗୀ ଗିଟୁ ଓ ଅନ୍ୟ ବନ୍ଧୁଙ୍କ ସୂଚନା ଅନୁଯାୟୀ, ଆଜି ଏକ ଚଳଚ୍ଚିତ୍ର ସୁଟିଂ ଥିବାରୁ ବ୍ୟସ୍ତତା ଯୋଗୁଁ ପପୁ ମଧ୍ୟାହ୍ନ ଭୋଜନ କରିପାରିନଥିଲେ। ସୁଟିଂ ଶେଷ ହେବା ପରେ ବିଳମ୍ବିତ ସଂଧ୍ୟାରେ ସେ କିଛି ଖାଦ୍ୟ ଖାଇ ଘରକୁ ଫେରୁଥିଲେ। ରାସ୍ତାରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ତାଙ୍କ ବନ୍ଧୁମାନେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସାଲାଇନ୍‌ ଦେବା ପରେ ସେ ଏବେ ସୁସ୍ଥ ଅଛନ୍ତି। ଆଜି ରାତିରେ ପପୁ ହସ୍ପିଟାଲରେ ରହିବେ। ରବିବାର ଡିସଚାର୍ଜ ହେବେ ବୋଲି ଗିଟୁ କହିଛନ୍ତି।

ସମ୍ବନ୍ଧିତ ଖବର