ଅଭିନେତା ‌ମନୋଜ ମିଶ୍ରଙ୍କୁ ସ୍ବାଇନ୍‌ ଫ୍ଲୁ

ଭୁବନେଶ୍ବର: ଓଲିଉଡ୍‌ ଅଭିନେତା ମନୋଜ ମିଶ୍ର ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଚନ୍ଦ୍ରଶେଖରପୁର ବିଡିଏ କଲୋନିସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରେ ଗତ ଦୁଇ ସପ୍ତାହରୁ ଅଧିକ ଦିନ ହେବ ତାଙ୍କର ଚିକିତ୍ସା ଚାଲିଥିଲା। ବିଭିନ୍ନ ସ୍ଥାନ ବୁଲି ସୁଟିଂ କରୁଥିବା ବେଳେ ସେ ଅସୁସ୍ଥତା ଅନୁଭବ କରିଥିଲେ। ହସ୍ପିଟାଲରେ ସ୍ବାସ୍ଥ୍ୟ ପରୀକ୍ଷା କରିବାରୁ ସେ ସ୍ବାଇନ୍‌ ଫ୍ଲୁରେ ଆକ୍ରାନ୍ତ ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ। ସେ ଏବେ ସୁସ୍ଥ ଅଛନ୍ତି। ଆଜି ରାତିରେ ଶ୍ରୀ ମିଶ୍ର ମେଡିକାଲ୍‌ରୁ ‌ଡିସ୍‌ଚାର୍ଜ ହୋଇଥିବା ଜଣାପଡ଼ିଛି। ତେବେ ଦେଢ଼ ମାସ ପର୍ଯ୍ୟନ୍ତ ବାହାରେ ବୁଲାବୁଲି ନକରି ବିଶ୍ରାମ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି। ଆଜି ତାଙ୍କ ଆଶୁ ଆରୋଗ୍ୟ କାମନା କରି ମାଇଁ ଓଲିଉଡ୍‌ ଗ୍ରୁପ୍ କଳାକାରମାନେ ଶ୍ରୀଜଗନ୍ନାଥଙ୍କ ନିକଟରେ ସାମୂହିକ ପ୍ରାର୍ଥନା କରିଥିଲେ। ସୂଚନାଯୋଗ୍ୟ ଯେ ମନୋଜ ଜଣେ ଦକ୍ଷ କଳାକାର। ଓଲିଉଡ୍‌ ବ୍ୟତୀତ ଟଲିଉଡ୍‌, ବଲିଉଡ୍‌ର ବିଭିନ୍ନ ସିନେମାରେ କାମ କରିଛନ୍ତି। ଟିଭି ସିରିଏଲ୍‌ରେ ମଧ୍ୟ ସେ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି।

ସମ୍ବନ୍ଧିତ ଖବର