ଚନ୍ଦ୍ରଶେଖରପୁର: ଅଭିନେତା ସ୍ବରାଜ ବାରିକ ଏବେ ଖେଳଣା ତିଆରି କରି ସାମାଜିକ ଗଣମାଧ୍ୟମରେ ଦର୍ଶକଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି। ବିଭିନ୍ନ ଅଦରକାରୀ ବସ୍ତୁ ସବୁକୁ ବ୍ୟବହାର କରି ପେନ୍ ଷ୍ଟାଣ୍ଡ, ଫୁଲଦାନୀ, ମୁଖା, କଣ୍ଢେଇ ଓ ପିଲାଙ୍କ ପ୍ରୋଜେକ୍ଟ ଆଦି ତିଆରି କରି ସେ ଲକଡାଉନ୍ ସମୟରୁ ମନୋରଞ୍ଜନର ଭରପୂର ଫାଇଦା ଉଠାଇଛନ୍ତି। ତେବେ ଏବେ ତାଙ୍କ ଦ୍ବାରା ନିର୍ମିତ ଦୁଇଟି ଜାହାଜ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚିତ ହୋଇଛି। କାଗଜ ପେଟିକୁ କାଟି ସେଥିରୁ ସେ ଗୋଟିଏ ଉଡ଼ାଜାହାଜ ଓ ଗୋଟିଏ ବୁଡ଼ାଜାହାଜ ତିଆରି କରିଛନ୍ତି। ଉଡ଼ାଜାହାଜରେ ଉତ୍କଳ ଏୟାର୍ଲାଇନ୍ସ ଓ ବୁଡ଼ାଜାହାଜରେ ସ୍ବରାଜ ଟାଇଟାନିକ୍ ବୋଲି ଲେଖିଛନ୍ତି। ତେବେ ବଡ଼ କଥା ହେଉଛି ତାଙ୍କ କଳାକୃତିରେ ସେ ବେଶ୍ ଚମତ୍କାର ଢଙ୍ଗରେ ରଙ୍ଗ ଦେଇପାରୁଛନ୍ତି। ଫଳରେ ତାଙ୍କ ହାତ ତିଆରି ଖେଳଣା ଓ କଣ୍ଢେଇ ସବୁ ବହୁମାତ୍ରାରେ ଆକର୍ଷଣୀୟ ହୋଇପାରିଛି।
ଅଭିନେତା ସ୍ବରାଜଙ୍କ ଉଡ଼ାଜାହାଜ ଓ ବୁଡ଼ାଜାହାଜ
/sambad/media/post_attachments/wp-content/uploads/2020/08/fh8fs7h98sf7h98sfhshshsfsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)