ଭୁବନେଶ୍ୱର : ରୁପାଲି ଛକସ୍ଥିତ ଇଣ୍ଡଲଜ୍ ବ୍ରାଇଡାଲ୍ ମଲ୍ରେ ତିନିଦିନିଆ ‘ମହିଳା କାର୍ଣ୍ଣିଭାଲ୍’ ଆଜିଠାରୁ ଆରମ୍ଭ ହୋଇଯାଇଛି। ବଲିଉଡ୍ ଅଭିନେତ୍ରୀ ମୁଗ୍ଧା ଗୋଡ୍ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିବା ସହ ମଲ୍ରେ ବୁଲି ବିଭିନ୍ନ ଉତ୍ପାଦ ଦେଖିଥିଲେ। କପଡ଼ାର ଗୁଣବତ୍ତା ଏବଂ କାରୁକାର୍ଯ୍ୟକୁ ମଧ୍ୟ ସେ ପ୍ରଶଂସା କରିଥିଲେ। ଏଭଳି ଏକ ମଲ୍ ମୁମ୍ବାଇରେ ଖୋଲିବାକୁ ସେ ପ୍ରସ୍ତାବ ଦେଇଥିଲେ।
/sambad/media/post_attachments/wp-content/uploads/2022/07/m16-300x162.jpg)
ଏହି ଅବସରରେ ଆଇଏନ୍ଡବ୍ଲୁଇସି ଏବଂ ଇଣ୍ଡଲଜ୍ ମଲ୍ ସହଭାଗିତାରେ ‘ଲାଇଫ୍ ଷ୍ଟାଇଲ୍ ଅଫ୍ ଏ ବଲିଉଡ୍ ଭିଭା’ ଉପରେ ଏକ ଅଧିବେଶନ ଆୟୋଜିତ ହୋଇଥିଲା। ଇଣ୍ଡିଆନ ଚାମ୍ବର ଅଫ୍ କର୍ମସ (ଆଇସିସି)ର ମହିଳା ଉଦ୍ୟୋଗୀ ପରିଷଦର ଆବାହକ ତଥା ଇଣ୍ଡଲଜ୍ର ପ୍ରତିଷ୍ଠାତ୍ରୀ ସୁକୀର୍ତ୍ତି ପଟ୍ଟନାୟକ ଏବଂ ସହ ଆବାହକ ତନୟା ପଟ୍ଟନାୟକ ଉଦ୍ବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳା ଉଦ୍ୟୋଗୀ ନିଧି ଅଗ୍ରୱାଲ ଉପସ୍ଥିତ ଥିଲେ। ଏହି କାର୍ଣ୍ଣିଭାଲରେ ଇଣ୍ଡଲଜ୍ ବ୍ରାଇଡାଲ୍ ପୋଷାକ, ଶାଢ଼ି, ଲେହେଙ୍ଗା, ଏଥନିକ୍ ପାର୍ଟିୱେୟାର୍ ପୋଷାକ ଉପଲବ୍ଧ ରହିଛି। ମହିଳା କାର୍ଣ୍ଣିଭାଲ୍ ଅବସରରେ ବ୍ରାଇଡାଲ୍ ମଲ୍ର ସମସ୍ତ ସେଲୁନ୍ ସେବାରେ ୨୫%, ଚର୍ମ ଓ କେଶର ଯତ୍ନ ଉପରେ ୫% ଏବଂ ଅଳଙ୍କାର ଓ ପୋଷାକ ଉପରେ ୧୦% ରିହାତି ରହିଛି। ଏହି ଅବସରରେ ‘ଆଟୋମି’ର ଉତ୍ପାଦ ଉନ୍ମୋଚନ କରାଯାଇଥିଲା। କାର୍ଯ୍ୟକ୍ରମରେ ମଲ୍ର ଅନ୍ୟତମ ନିର୍ଦ୍ଦେଶିକା ଅମିତା, ପ୍ରିୟା ଓ ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଶୁଭୋଜିତ୍ ପଣ୍ଡା କାର୍ଯ୍ୟକ୍ରମ ପରିଚଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/m17.jpg)