ଅତିରିକ୍ତ ଶ୍ରେଣୀ ଗୃହ ଉଦ୍‌ଘାଟିତ

ଭୁବନେଶ୍ୱର: ଘଟିକିଆସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ଉଦ୍‌ଘାଟିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଉଦ୍‌ଘାଟକ ଭାବେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ବିଏମ୍‌ସି ମେୟର ସୁଲୋଚନା ଦାସ ଏବଂ ସ୍ଥାନୀୟ କର୍ପୋରେଟର କିରଣବାଳା ମାଝୀ ଯୋଗ ଦେଇଥିଲେ।

ଗ୍ରାମ୍ୟ ଉନ୍ନୟନ ପରିଷଦର ସଭାପତି କୈଳାସ ଚନ୍ଦ୍ର ଦାସ, ମୋ ସ୍କୁଲ୍ ଅଭିଯାନର ସଭାପତି ପ୍ରଣବାନନ୍ଦ ଦାଶ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଷ୍ଣୁପଦ ଦାଶ ମଞ୍ଚାସୀନ ଥିଲେ। ଗ୍ରାମ୍ୟ ଶିକ୍ଷା ଜାଗରଣ କମିଟିର ସଭାପତି ତଥା ପୂର୍ବତନ କର୍ପୋରେଟର ଦିଲ୍ଲୀପ କୁମାର ମାଝୀ ସଭାପତିତ୍ବ କରିଥିବା ବେଳେ ସହକାରୀ ଶିକ୍ଷକ ଧୀରେନ୍ଦ୍ର କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅତିରିକ୍ତ ଆଠଟି ଶ୍ରେଣୀଗୃହ ନିର୍ମାଣ ନିମନ୍ତେ ନିଃସ୍ବାର୍ଥପର ଭାବେ ସେବା ପ୍ରଦାନ କରିଥିବା ଗ୍ରାମର ଯୁବକ ବିଭୂତି ଭୂଷଣ ଦାଶଙ୍କୁ ଅତିଥି ଓ ଗ୍ରାମବାସୀମାନେ ଭୂୟସୀ ପ୍ରଶଂସା କରିଥିଲେ।

ସମ୍ବନ୍ଧିତ ଖବର