ଭୁବନେଶ୍ବର: ବିଏମ୍ସି ଅତିରିକ୍ତ କମିସନର ରତ୍ନାକର ସାହୁ ଆଜି ଅପରାହ୍ଣରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଅଫିସ୍ରେ ଥିବା ବେଳେ ତାଙ୍କ ଛାତି ଓ ତଳିପେଟରେ ଯନ୍ତ୍ରଣା ହୋଇଥିଲା। ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଅନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ଏକ ଆମ୍ବୁଲାନ୍ସରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ସୋମବାର ଦିନ ଅଭିଯୋଗ ଶୁଣୁଥିବା ବେଳେ ୬ରୁ ୭ ଜଣ ବ୍ୟକ୍ତି ଶ୍ରୀ ସାହୁଙ୍କୁ ଚେୟାରରୁ ଘୋଷାଡ଼ି ନେଇ ମାଡ଼ ମାରିଥିଲେ। ଅତି ନୃଶଂସ ଭାବେ ଶ୍ରୀ ସାହୁଙ୍କ ମୁହଁ, ଛାତି, ତଳିପେଟକୁ ଗୋଇଠା ପରେ ଗୋଇଠା ମାରି ଚାଲିଥିଲେ। ଚୁଟିକୁ ଧରି ପଛ ମୁଣ୍ଡକୁ ମଧ୍ୟ ଆଘାତ କରିଥିଲେ। କଲର ଧରି ମୁହଁକୁ ମୁଥ ମାରିଥିଲେ। ପିଠିକୁ ଗୋଟେ ପରେ ଗୋଟେ ବିଧା ମାରି ଚାଲିଥିଲେ। ଅମାନବୀୟ ଭାବେ ତଳେ ପକାଇ ଟାଣି ଟାଣି ଗାଡ଼ି ନିକଟକୁ ନେଇଥିଲେ। ଯାହା ଫଳରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ଶାରିରୀକ ଦୁର୍ବଳତା ସହ ମାନସିକ ଭାବେ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ବିଏମ୍ସି ଅଫିସ୍ ଆସୁଥିଲେ ହେଁ ଚୁପ୍ ଚାପ୍ ରହୁଥିଲେ। ଜଣେ ବିଏମ୍ସି କର୍ମଚାରୀଙ୍କ କହିବା ଅନୁସାରେ ଶ୍ରୀ ସାହୁ ସବୁବେଳେ ହସ ହସ ମୁହଁରେ ଲୋକଙ୍କ ସମସ୍ୟାର ସମାଧାନ କରୁଥିଲେ। କିନ୍ତୁ ଏ ଅଘଟଣ ପରେ ମାନସିକ ଭାବେ ସେ ଭାଙ୍ଗି ପଡ଼ିଛନ୍ତି। ଆଜି ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/07/03/fshfshhfszvzvcvz-2025-07-03-02-16-10.jpg)