ଭୁବନେଶ୍ୱର: ରିଲିଜ୍ ହେବାକୁ ଯାଉଛି କ୍ଷୁଦ୍ର ଓଡ଼ିଆ ଚଳଚ୍ଚିତ୍ର ‘ଅଧାଲେଖା ଚିଠି’। ତେବେ ଏହା ପୂର୍ବରୁ ଆଜି ରଥଯାତ୍ରା ଅବସରରେ ଏହାର ଗୀତ ‘ତତେ ଭଲପାଏ ବୋଲି କହି ପାରେନା’ ରିଲିଜ୍ ହୋଇଛି। ଏହି ଗୀତଟିକୁ ମାନସ ପଢ଼ିଆରୀ ଲେଖିଥିବା ବେଳେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି ଶ୍ରୀକାନ୍ତ ପଣ୍ଡା। ଲୋକପ୍ରିୟ ଗାୟକ ରତିକାନ୍ତ ଶତପଥୀ କଣ୍ଠଦାନ କରିଛନ୍ତି। ଫୋନିକ୍ସ ଫିଲ୍ମ ଲ୍ୟାବ୍ସ ଭି ଟ୍ୟୁନ୍ସ ପ୍ରୋ ଏବଂ ପଢ଼ିଆରୀ କ୍ରିଏଟିଭ୍ସ ବ୍ୟାନର୍ରେ ଏକ ନିଆରା ପ୍ରେମ କାହାଣୀକୁ ନେଇ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ପ୍ରସ୍ତୁତ ହୋଇଛି। ୨୨ ମିନିଟ୍ର ଏହି ଫିଲ୍ମକୁ ନିର୍ଦେଶନା ଦେଇଛନ୍ତି ଅଜୟ ପାଢ଼ୀ। ଶିବାନନ୍ଦ ଜେନା ଏଡିଟିଂ କରିଥିବା ବେଳେ ସତ୍ୟମ ଶିବମ୍ ସୁନ୍ଦରମ୍ କ୍ୟାମେରା ନିର୍ଦେଶକ ଅଛନ୍ତି। ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ଓଡ଼ିଆ ଟେଲି ଜଗତର ଲୋକପ୍ରିୟ ଅଭିନେତା ଚିନ୍ମୟ, ଅଭିନେତ୍ରୀ ଶ୍ରଦ୍ଧା ଓ ସୋନାଲି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ୨୦ ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବ ବୋଲି ସୂଚନା ଦିଆଯାଇଛି।
‘ଅଧାଲେଖା ଚିଠି’ର ଗୀତ ରିଲିଜ୍
/sambad/media/post_attachments/wp-content/uploads/2018/07/adhalekha-chithi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)