‘ଆଧାର ସଂଯୁକ୍ତ ଆବର୍ଜନା ପାତ୍ର’ ବିଜ୍ଞାନ ପ୍ରକଳ୍ପ

ଭାରତୀୟ ବିଜ୍ଞାନ କଂଗ୍ରେସ ନିମନ୍ତେ ପ୍ରୀସିତାଙ୍କପ୍ରକଳ୍ପ ମନୋନୀତ

ଚନ୍ଦ୍ରଶେଖରପୁର: ଭାରତୀୟ ବିଜ୍ଞାନ କଂଗ୍ରେସରେ ଅଂଶଗ୍ରହଣ ନିମନ୍ତେ ଡିଏଭି ଚନ୍ଦ୍ରଶେଖରପୁର ର ଏକାଦଶ ଶ୍ରେଣୀର ଛାତ୍ରୀ ପ୍ରୀସିତା ପ୍ରୀତମଙ୍କ ପ୍ରକଳ୍ପ ମନୋନୀତ ହୋଇଛି। ଓସମାନିଆ ବିଶ୍ୱବିଦ୍ୟାଳୟ ପରିସରରେ ଆଗାମୀ ଜାନୁୟାରୀ ୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମାନଜନକ କଂଗ୍ରେସରେ ପ୍ରୀସିତାଙ୍କ ଅଭିନବ ପ୍ରକଳ୍ପ ‘ଆଧାର ସଂଯୁକ୍ତ ଆବର୍ଜନା ପାତ୍ର’ ରାଜ୍ୟରୁ ଏକମାତ୍ର ପ୍ରକଳ୍ପ ଭାବରେ ଅଂଶଗ୍ରହଣ କରିବ। ଏକାଦଶ ଶ୍ରେଣୀର ଛାତ୍ରୀ ଙ୍କ ଏହି ପ୍ରକଳ୍ପ ଦେଶରେ ଚାଲିଥିବା ସ୍ୱଚ୍ଛ ଭାରତ ଅଭିଯାନକୁ ନୂତନ ଦିଶା ଦେବା ନେଇ ବିଚାରକମଣ୍ଡଳୀ ପ୍ରକାଶ କରିଥିଲେ। ଏହି ପ୍ରକଳ୍ପ ଅନୁସାରେ ଆଧାର ନମ୍ବରକୁ ଡଷ୍ଟବିନ୍‌ ସହିତ ସଂଯୁକ୍ତ ଥିବା ସ୍ୱତନ୍ତ୍ର ଡିଭାଇସ୍‌ରେ ଯୋଗକଲେ ଆବର୍ଜନା ପକାଉଥିବା ବ୍ୟକ୍ତିର ନମ୍ବରରେ ଏହା ମୂଲ୍ୟାଙ୍କ ଜରିଆରେ ଗଚ୍ଛିତ ହୋଇରହିପାରିବ। ପ୍ରୀତିସାଙ୍କ ସଫଳତାରେ ସବୁ ମହଲରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର